ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ ଜୀବନରେ ଯଦି ସବୁଠୁ ସୁନ୍ଦର କିଛି ଥାଏ ତାହା ହେଉଛି ସଂପର୍କ। ସବୁ ସଂପର୍କ ମଧ୍ୟରେ ନିଆରା ହୋଇଥାଏ ପ୍ରେମ ସଂପର୍କ, ଯାହା ଦୁଇଟି ମନକୁ ଗୋଟିଏ କରିଥାଏ। ହେଲେ ଏହା ମଧ୍ୟ ଜରୁରୀ ନୁହେଁ ଯେ ଦୁଇ ଜଣ ଭଲ ପାଉଥିବା ଲୋକ ସବୁବେଳେ ସାଥୀରେ ରହିବେ। ବେଳେ ବେଳେ ଅନେକ ପ୍ରେମୀଯୁଗଳ ପରିସ୍ଥିତି ଯୋଗୁଁ ଅଲଗା ହୋଇଥାନ୍ତି ତ କେତେବେଳେ କେହି କେହି ନିଜ ସାଥୀଙ୍କୁ ଧୋକା ଦେଇ ବ୍ରେକଅପ୍‌ କରି ନେଇଥାନ୍ତି।

ଯେତେବେଳେ ବ୍ରେକଅପ୍‌ ହୋଇଥାଏ ସେତେବେଳେ ଅନେକ ଭାଙ୍ଗି ପଡ଼ନ୍ତି। ଧୀରେ ଧୀରେ ନିଜ ଭବିଷ୍ୟତ ଓ ଆଉ କ୍ୟାରିୟରକୁ ନଷ୍ଟ କରିଦିଅନ୍ତି। ହେଲେ ଜାଣି ରଖନ୍ତୁ ଏହା କୌଣସି ସମସ୍ୟାର ସମାଧାନ ନୁହେଁ। ଯଦି ଆପଣ ଏମିତି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ଏମିତି କିଛି ଟିପ୍ସ ଆପଣେଇ ପାରିବେ ଯାହାଦ୍ୱାରା ଆପଣ ପୁଣିଥରେ ନୂଆ ଜୀବନ ଆରମ୍ଭ କରିପାରିବେ।

ବ୍ରେକଅପ୍‌କୁ ଗ୍ରହଣ କରନ୍ତୁ

ସର୍ବପ୍ରଥମେ ବ୍ରେକଅପ୍‌କୁ ଗ୍ରହଣ କରିବା ଦରକାର। ଆପଣଙ୍କ ସାଥୀ ଆପଣଙ୍କ ଧୋକା ଦିଅନ୍ତୁ ବା ପରିସ୍ଥିତି ଯୋଗୁଁ ଅଲଗା ହେବାକୁ ପଡ଼ିଥାଉ, ଆପଣଙ୍କୁ ଏହା ମାନି ନେବାକୁ ହେବ ଯେ ସେ ଆପଣଙ୍କ ସହ ନାହାନ୍ତି। କାରଣ ଯେଉଁଯାଏ ଆପଣ ଏହା ଗ୍ରହଣ କରିବେ ନାହିଁ ଆପଣ ଆଗକୁ ଯାଇ ପାରିବେ ନାହିଁ।

ସୋସିଆଲ ମିଡିଆରୁ ବି ଆପଣ ତାଙ୍କୁ ଅନଫଲୋ ଓ ଅନ୍‌ଫ୍ରେଣ୍ଡ କରନ୍ତୁ। ଆପଣ ଯେତେ ସମୟ ଯାଏଁ ପରୋକ୍ଷ ଭାବେ ତାଙ୍କ ସହ ଜଡ଼ିତ ଥିବେ ଆପଣ ଏହି ସଂପର୍କରୁ ବାହାରି ପାରିବେ ନାହିଁ।

ନିଜ ଭାବନାକୁ ମନରେ ଦବାନ୍ତୁ ନାହିଁ

ଏଭଳି ସ୍ଥିତିରେ ନିଜ ଭାବନା ବା ଇମୋସନକୁ ମନରେ ଚାପି ରଖିବା କଥା ନୁହେଁ। ଏମିତି କଲେ ଆପଣ ମାନସିକ ଯନ୍ତ୍ରଣା ପାଇବେ। ସେଥିପାଇଁ ଆପଣଙ୍କୁ ମନ ଖୋଲି କାନ୍ଦିବା ଦରକାର  ଏବଂ ନିଜ ଭାବନାକୁ କାହା ସହିତ ସେୟାର କରିବା ଦରକାର।

ନୂଆ ଅଭ୍ୟାସ କରନ୍ତୁ ଏବଂ କ୍ୟାରିୟର ଉପରେ ଫୋକସ୍‌ କରନ୍ତୁ

ବ୍ରେକଅପ୍‌ ପରେ ଏହି ଦୁଃଖରୁ ବାହାରିବା ପାଇଁ ଆପଣଙ୍କୁ ନୂଆ ଅଭ୍ୟାସ ଆପଣେଇବାକୁ ପଡ଼ିବ। ଏହାଦ୍ୱାରା ଆପଣଙ୍କ ଧ୍ୟାନ ବ୍ରେକଅପ୍‌ ଉପରୁ ହଟି ଅନ୍ୟ ସ୍ଥାନରେ କ୍ରେନ୍ଦିତ ହେବ। ଆପଣ ନିଜ କ୍ୟାରିୟରକୁ ଆଗକୁ ନେଇପାରିବେ।

ପରିବାର ଓ ସାଙ୍ଗ ସାଥୀଙ୍କ ସହ ଆପଣ ଅଧିକରୁ ଅଧିକ ସମୟ ବିତାଇ ପାରିବେ। ଫଳରେ ଆପଣଙ୍କ ହାଲକା ଅନୁଭବ ହେବ।

ଏଥିସହିତ ଆପଣ ନୂଆ ନୂଆ ସ୍ଥାନକୁ ବୁଲିବାକୁ ଯାଇପାରିବେ। ଆପଣ ନିଜ ପାଇଁ ନୂଆସାଥୀ ମଧ୍ୟ ଖୋଜିପାରିବେ। ଦେଖିବେ ଆପଣଙ୍କ ଜୀବନ ପୁଣି ଥରେ ଖୁସିରେ ଭରି ଯିବ।

LEAVE A REPLY

Please enter your comment!
Please enter your name here