ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରେମ ଏକ ଏମିତି ସଂପର୍କ ଯେଉଁ ସଂପର୍କରେ ଦୁଇଟି ଭିନ୍ନ ଭିନ୍ନ ମଣିଷ ଏକ ହୋଇ ଯାଆନ୍ତି। ପରସ୍ପର ସହ ଘନିଷ୍ଠ ହୋଇ ଯାଆନ୍ତି। ହେଲେ ବେଳେବେଳେ ଏମିତି ପରିସ୍ଥିତି ଆସେ ଯେ ଆମେ ଯେଉଁ ମଣିଷକୁ ଭଲ ପାଆନ୍ତି, ବିଶ୍ୱାସ କରନ୍ତି ସେହି ମଣିଷ ହିଁ ଆମକୁ ଧୋକା ଦେଇଥାନ୍ତି। ଯଦି ଆପଣଙ୍କୁ ବି ପ୍ରେମରେ ଧୋକା ମିଳିଛି ତାହେଲେ ଦୁଃଖୀ ହୁଅନ୍ତୁ ନାହିଁ। କାରଣ ଏମିତି କିଛି ଟିପ୍ସ ଅଛି ଯାହା ଆପଣ ଆପଣେଇଲେ ଧୋକାର ଶିକାର ହେଲା ପରେ ବି ନିଜକୁ ସମ୍ଭାଳି ପାରିବେ।

ସତକୁ ଗ୍ରହଣ କରନ୍ତୁ

ପ୍ରଥମ କଥା ଆପଣ ଏକଥା ସ୍ୱୀକାର କରି ନିଅନ୍ତୁ ଯେ ଆପଣ ଯାହାକୁ ଭଲ ପାଉଥିଲେ ସେ ଆପଣଙ୍କୁ ଧୋକା ଦେଇ ଆପଣଙ୍କ ଜୀବନରୁ ଚାଲି ଯାଇଛନ୍ତି। କାରଣ ଆପଣ ଯେତେ ଦୁଃଖୀ ହେଲେ ବି ଧୋକା ଦେବା ଲୋକଙ୍କୁ କିଛି ଫରକ ପଡ଼େନି। ସେଥିପାଇଁ ନିଜ ଜୀବନ ନୂଆ କରି ଆରମ୍ଭ କରି ପାରିବେ। ନିଜ ସ୍ୱପ୍ନ ପୂରା କରି ପାରିବେ। ସେ ଦିଗରେ ନିଜକୁ ବ୍ୟସ୍ତ ରଖିପାରିବେ।

ଅବଶୋଷ କରନ୍ତୁ ନାହିଁ

ଯେଉଁ ମଣିଷ ଆପଣଙ୍କୁ ଧୋକା ଦେଇ ଚାଲି ଯାଇଛି ତାଙ୍କ ପାଇଁ ବିଲକୁଲ ଅବଶୋଷ କରନ୍ତୁ ନାହିଁ। ତାଙ୍କୁ ନିଜ ମନ ଏବଂ ହୃଦୟରୁ ସମ୍ପୂର୍ଣ୍ଣ ବାହାର କରିଦିଅନ୍ତୁ। ଏଥିରେ ସମୟ ଲାଗିବ ହେଲେ ଦେଖିବେ ନିଶ୍ଚୟ ସଫଳ ହେବେ।

ପୁରୁଣା ସ୍ମୃତିକୁ ମନେ ପକାନ୍ତୁ ନାହିଁ

ଯେତେବେଳେ କୌଣସି ସଂପର୍କ ଭାଙ୍ଗିଯାଏ ସେତେବେଳେ ପୁରୁଣା ସ୍ମୃତି ସବୁ ବେଶୀ ମନେ ପଡ଼ିଥାଏ। ଫଳରେ ମାନସିକ ଯନ୍ତ୍ରଣା ଆରମ୍ଭ ହୁଏ। ଏପରି ସ୍ଥିତିରେ ଆପଣ ସେହି ସ୍ମୃତି ସବୁକୁ ଭୁଲି ଯିବାକୁ ଚେଷ୍ଟା କରିପାରିବେ। ନିଜକୁ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରଖିପାରିବେ।

ମିଳିଥିବା ଧୋକାକୁ ସକରାତ୍ମକ ଭାବେ ନିଅନ୍ତୁ। ଭାବନ୍ତୁ ସମୟ ଆଗରୁ ଆପଣ ସତ କଥା ଜାଣି ପାରିଲେ। ଆଗକୁ ଅଧିକ କିଛି ହେବା ପୂର୍ବରୁ ଆପଣ ସେଥିରୁ ବର୍ତ୍ତି ଗଲେ।

ପ୍ରତିଶୋଧ ନେବାକୁ ଭାବନ୍ତୁ ନାହିଁ

ଯଦି ଆପଣଙ୍କ ସାଥୀ ଆପଣଙ୍କୁ ଧୋକା ଦିଅନ୍ତି ତେବେ ଆପଣ ପ୍ରତିଶୋଧ ନେବା କଥା ଚିନ୍ତା କରନ୍ତୁ ନାହିଁ। ତାଙ୍କୁ ତାଙ୍କ ଜୀବନରେ ଛାଡ଼ି ଦିଅନ୍ତୁ। ନିଜ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ।

Comment