ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହକୁ ନେଇ ବଢ଼ିବାରେ ଲାଗିଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ।

ବିବାହ ପାଇଁ କଟକ ସବରେଜିଷ୍ଟ୍ରି ଅଫିସରେ ଆବେଦନ କରିଥିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ପ୍ରେମିକା ସୋମାଲିକା ଦାଶଙ୍କ ପରିବର୍ତ୍ତେ ଅନ୍ୟଜଣେ ମହିଳାଙ୍କୁ ବିବାହ କରିବାକୁ ସେ ଆବେଦନ କରିଥିଲେ। ଏହାକୁ ବିରୋଧ କରି ଶନିବାର ଦିନ କଟକ ସବରେଜିଷ୍ଟ୍ରି ଅଫିସରେ ପହଞ୍ଚିଥିଲେ ସୋମାଲିକା।

ସୋମାଲିକା କହିଛନ୍ତି ବିଜୟ ଶଙ୍କର ତାଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ନ୍ୟାୟ ପାଇବା ପାଇଁ ବିଜୟ ଶଙ୍କରଙ୍କ ବିରୋଧରେ ସେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସୋମାଲିକା କହିଛନ୍ତି। ତାଙ୍କୁ ଥାନାକୁ ଡାକି ବାରମ୍ବାର ବୟାନ ରେକର୍ଡ କରାଯାଉଥିବାବେଳେ ପୋଲିସ କାହିଁକି ଥରୁଟିଏ ବି ବିଜୟ ଶଙ୍କର ଦାସଙ୍କୁ ଡାକି ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୋମାଲିକା।

ପ୍ରଥମେ ପ୍ରେମ ତା’ ପରେ ବିବାହ ପାଇଁ ପ୍ରତିଶ୍ରୁତି, ଆଉ ତା’ ପରେ ପ୍ରତାରଣା କରିଥିବା ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସୋମାଲିକା।

ଏହା ପୂର୍ବରୁ ଗତ ଜୁନ ୧୬ ତାରିଖରେ ବିବାହ କରିବାକୁ ଉଭୟ ବିଜୟ ଶଙ୍କର ଦାସ ଏବଂ ସୋମାଲିକା ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଜୁନ ୧୭ ତାରିଖକୁ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ସୋମାଲିକା ଧାର୍ଯ୍ୟ ହୋଇଥିବା ତାରିଖରେ ବିବାହ ପାଇଁ ଯାଇଥିଲେ ମଧ୍ୟ ଆସିନଥିଲେ ବିଜୟ ଶଙ୍କର ଦାସ।

ଏହାକୁ ନେଇ ଗତ ଜୁନ ୧୮ ତାରିକରେ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ ସୋମାଲିକା ଦାଶ। ଏହି ମାମଲା ଥାନାରେ ପଡ଼ି ରହିଥିବାବେଳେ ଏବେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଆବେଦନ କରିଛନ୍ତି ବିଜୟ ଶଙ୍କର। ଏହାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ବିଜୟ ଶଙ୍କର।

 Tags: #BijayShankarDas #Trouble #Marriage #Controversy #love #Tirtol

Comment