ଓଡ଼ିଶାଲାଇଭ୍‌ ବ୍ୟୁରୋ 

ମଣିଷ ଜୀବନରେ ସଂପର୍କ ମୂଲ୍ୟବାନ। ସଂପର୍କ ହିଁ ସମସ୍ତଙ୍କ ପରସ୍ପର ସହ ବାନ୍ଧି ରଖିଥାଏ। ସେଥିପାଇଁ ଅନେକ କହନ୍ତି ଯେ କେବେ କାହା ସହ ସଂପର୍କ ଖରାପ କରିବା କଥା ନୁହେଁ କି ଭାଙ୍ଗିବା କଥା ନୁହେଁ। ହେଲେ ଜୀବନରେ ଏମିତି ବି ପରିସ୍ଥିତି ଆସେ ସଂପର୍କ ଭାଙ୍ଗିବାକୁ ପଡ଼େ। ଖାସ୍‌ କରି ଯେତେବେଳେ ସଂପର୍କରେ କିଛି ପରିର୍ତ୍ତନ ଦେଖାଯାଏ ସେତେବେଳେ ଦୂରେଇ ଯିବା ବା ବ୍ରେକଅପ୍‌ କରିନେବା ସଠିକ ପଦକ୍ଷେପ ହୋଇପାରେ।

ସାଥୀଙ୍କ ସହ ସବୁବେଳେ ଝଗଡ଼ା

ଲୋକେ ସେତେବେଳେ ସଂପର୍କ ଭାଙ୍ଗି ଦେବାକୁ ଚାହାନ୍ତି ଯେତେବେଳେ ଦୁଇ ଜଣଙ୍କ ଭିତରେ କିଛି ଠିକ ନଥାଏ। ବାରମ୍ବାର ଝଗଡ଼ା ହୁଏ। ଫଳରେ ପରସ୍ପରଙ୍କ ପ୍ରତି ଥିବା ଭାବନା ହ୍ରାସ ପାଏ। ଏମିତିରେ କେହି ବି ଖୁସି ପାଇନଥାନ୍ତି। ଏମିତି ପରିସ୍ଥିତିରେ ବ୍ରେକଅପ୍‌ କରିନେବା ହିଁ ଠିକ୍‌ ପଦକ୍ଷେପ ହୋଇପାରେ।

ଘନିଷ୍ଠତା କମିଗଲେ

ସବୁ ସଂପର୍କର ଆରମ୍ଭରେ ପରସ୍ପରଙ୍କ ମଧ୍ୟରେ ଅଧିକ ଘନିଷ୍ଠତା ଥାଏ। ସମୟକ୍ରମେ କିନ୍ତୁ ଘନିଷ୍ଠତା କମ୍‌ ହୋଇଯାଏ। ଏହାର ଅର୍ଥ ଏହା ନୁହେଁ ଯେ ଅଲଗା ହୋଇଯିବେ। କିନ୍ତୁ ଯଦି ଦୂରତା ଆସିଯାଏ , ଆପଣଙ୍କ ମଧ୍ୟରେ କଥାବାର୍ତ୍ତା ବି ବନ୍ଦ ହୋଇଯାଏ। ନିଜ ନିଜ ଜୀବନରେ ଆପଣ ବ୍ୟସ୍ତ ହୋଇ ଯାଆନ୍ତି ତେବେ ଏମିତି ସ୍ଥିତିରେ ଅଲଗା ହୋଇଯିବା ଉଚିତ ନିଷ୍ପତ୍ତି ହୋଇପାରେ।

ସାଥୀ ଗୁରୁତ୍ୱ ଦେବା ଭୁଲି ଗଲେ

ଯଦି ଆପଣଙ୍କ ସାଥୀ ଆପଣଙ୍କୁ ବା ଆପଣଙ୍କ ଭାବନାକୁ ଗୁରୁତ୍ୱ ଦେଉ ନାହାନ୍ତି ଆଉ ଆପଣଙ୍କୁ ଏହା ଅନୁଭବ ହୁଏ ଯେ ଆପଣଙ୍କ ଭିତରେ ଭଲ ପାଇବା ନାହିଁ ତେବେ ଏମିତି ସ୍ଥିତିରେ ଅଲଗା ହୋଇଯିବା ଠିକ୍‌। କିନ୍ତୁ ହଁ ଆପଣ ଆପଣଙ୍କ ସାଥୀଙ୍କୁ ବଦଳେଇବାକୁ ଚେଷ୍ଟା କରିବେ। ଯଦି ସେ ନବଦଳନ୍ତି ତେବେ ଆପଣ ବ୍ରେକଅପ୍‌ ନିଷ୍ପତ୍ତି ନେଇ ପାରିବେ।

ସାଥୀ ଧୋକା ଦେଲେ

ସଂପର୍କରେ ବିଶ୍ୱାସ ଓ ଭରସା ଜରୁରୀ। ଯଦି ଆପଣଙ୍କ ସଂପର୍କରେ ପରସ୍ପର ଉପରେ ବିଶ୍ୱାସ ଓ ଭରସା ଅଛି ତେବେ ଆପଣଙ୍କ ସଂପର୍କ ମଜବୁତ ହୋଇଥାଏ। ହେଲେ ଯଦି ସଂପର୍କରେ ବିଶ୍ୱାସ ନାହିଁ ଏବଂ ଆପଣଙ୍କ ସାଥୀ ଆପଣଙ୍କୁ ଧୋକା ଦେଉଛନ୍ତି ତେବେ ସବୁଠୁ ଭଲ ହେବ ଆପଣ ବ୍ରେକଅପ୍‌ କରି ନେବେ।

Comment