ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ସୁଶାନ୍ତ ନିଜ ଏକ୍ସ ଗର୍ଲଫ୍ରେଣ୍ଡ୍ ଅଙ୍କିତା ଲୋଖଣ୍ଡେଙ୍କ ପ୍ରଥମ ବଲିଉଡ ଫିଲ୍ମ “ମଣିକର୍ଣ୍ଣିକା: ଦ କୁଇନ୍ ଅଫ୍ ଝାନସି୍’’ରେ ଆସିଥିବା ଫାଷ୍ଟଲୁକକୁ ନେଇ ଅଙ୍କିତାଙ୍କୁ ପ୍ରଶଂସା କରିଛନ୍ତି।

ଜୀ ଟିଭିର ଲୋକପ୍ରିୟ ସିରିୟଲ୍ ‘ପବିତ୍ର ରିସ୍ତା’ରେ ଅଭିନୟ କରିଥିବା ଅଙ୍କିତା ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। “ମଣିକର୍ଣ୍ଣିକା: ଦ କୁଇନ୍ ଅଫ୍ ଝାନସି୍’’ରେ ସେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଅଙ୍କିତା ଇନଷ୍ଟାରରେ ଫିଲ୍ମରେ ସେ ନିଭାଉଥିବା ରୋଲର ଏକ ଫଟୋ ଶେୟାର କରିଛନ୍ତି। ଅଙ୍କିତାଙ୍କ ଫଟୋରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିଜ ପ୍ରତିକ୍ରିୟା ଦେଇଛନ୍ତି।

ଅଙ୍କିତାଙ୍କ ଫାଷ୍ଟ ଲୁକ ନେଇ ସୁଶାନ୍ତ ତାଙ୍କୁ ପ୍ରଶଂସା କରିଛନ୍ତି ସେ ଲେଖିଛନ୍ତି,’’ ଏ ଫଟୋ ଦେଖି ମୁଁ ବହୁତ ଖୁସି। ଭଗବାନ ତୁମକୁ ଅନେକ ଖୁସି ଆଉ ସଫଳତା ଦିଅନ୍ତୁ’’। ପ୍ରତିକ୍ରିୟାରେ ଅଙ୍କିତା ଲେଖିଛନ୍ତି ,” ଧନ୍ୟବାଦ ସୁଶାନ୍ତ, ମୁଁ ତୁମପାଇଁ ସମାନ କାମନା କରୁଛି” ।

ଏହା ଉପରେ ଟିପ୍ପଣୀ ଦେବାକୁ ଯାଇ ସୁଶାନ୍ତ କହିଛନ୍ତି, ’’ ମୋତେ ସତରେ ଭଲ ଲାଗିଲା ଆଉ ମୁଁ ପ୍ରତିକ୍ରିୟା ଦେଲି। ମୁଁ ବ୍ୟକ୍ତିଗତ ଜୀବନରେ ଯେମିତି, ସୋସିଆଲ ମିଡିଆରେ ବି ସେମିତି। ମୁଁ ଲୋକଙ୍କୁ ଦେଖାଇବା ଲାଗି କିଛି ଲେଖିନାହିଁ। ମୋ ପ୍ରତିକ୍ରିୟାରେ ଉତର ବି ଅଙ୍କିତା ରଖି ସାରିଛନ୍ତି’’।

 

View this post on Instagram

 

And so it begins!!! #jhalkaribai #manikarnika

A post shared by Ankita Lokhande (@lokhandeankita) on

 ଅଙ୍କିତା ଓ ସୁଶାନ୍ତ ‘ପବିତ୍ର ରିସ୍ତା’ରେ ଏକାଠି କାମ କରିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା ଏମିତିକି ସେମାନେ ୬ବର୍ଷ ଲିଭ୍ ଇନ୍ ରିଲେସନସିପ୍‌ ରେ ମଧ୍ୟ ରହିଥିଲେ। ମାତ୍ର ପରବର୍ତ୍ତି ସମୟରେ ଉଭୟଙ୍କର ବ୍ରେକଅପ୍ ହୋଇଯାଇଥିଲା। ନିକଟରେ ସୁଶାନ୍ତ ସିଂଙ୍କ ଅଭିନୀତ ଫିଲ୍ମ କେଦାରନାଥ ରିଲିଜ୍ ହୋଇଛି। ଯାହା ଦର୍ଶକଙ୍କୁ ଅନେକ ପସନ୍ଦ ମଧ୍ୟ ଆସୁଛି।

Comment