ଓଡ଼ିଶାଲାଇଭ ବ୍ୟୁରୋ

ଦିନିକିଆ ଓ ଟି-୨୦ ପରେ ଏବେ ଟେଷ୍ଟରେ ନିଜ ଯାଦୁ ଦେଖାଇଛନ୍ତି ରୋହିତ ଶର୍ମା। ସେ ଟେଷ୍ଟ ମାନ୍ୟତାରେ ଟପ୍ ଟେନ୍ରେ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସେ ଦ୍ଵିଶତକ ମାରିବ ପରେ ଏହି ମାନ୍ୟତା ହାସଲ କରିଛନ୍ତି। ବର୍ତ୍ତମାନ ସେ ଦଶମ ସ୍ଥାନରେ ରହିଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷ ୩ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ରୋହିତ ୫୪ତମ ସ୍ଥାନରେ ରହିଥିଲେ। ହେଲେ ଏହି ସିରିଜରେ ତାଙ୍କର ଦମଦାର ବ୍ୟାଟିଂ ଯୋଗୁଁ ତାଙ୍କ ସ୍ଥାନରେ ପରିବର୍ତ୍ତନ ଘଟିଛି। ସେ ଏହି ସିରିଜରେ ୫୨୯ ରନ୍ କରିଛନ୍ତି। ଯେଉଁଥିରେ ଗୋଟିଏ ଦ୍ଵିଶତକ ଓ ୩ଟି ଶତକ ରହିଛି।
ଏହାସହ ରୋହିତ ୩ଟି ଯାକ ଫର୍ମାଟରେ ଟପ୍ ଟେନ୍ରେ ସ୍ଥାନ ପାଇବାରେ ତୃତୀୟ ଭାରତୀୟ। ପୂର୍ବରୁ ବିରାଟ ଓ ଗୌତମ ଗମ୍ଭୀର ୩ଟି ଯାକ ଫର୍ମାଟରେ ଟପ୍ ଟେନ୍ରେ ରହି ସାରିଛନ୍ତି। ରୋହିତ ଦିନିକିଆରେ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଟି-୨୦ରେ ସପ୍ତମ ସ୍ଥାନରେ ରହିଛନ୍ତି। ସେହିପରି ବର୍ତ୍ତମାନ ଟେଷରେ ଦଶମ ସ୍ଥାନରେ ପହଞ୍ଚିଛନ୍ତି।


















