ଓଡ଼ିଶାଲାଇଭ ବ୍ୟୁରୋ

ଗଞ୍ଜାମ ଜିଲ୍ଲା କୋର୍ଟରେ ଚାକିରି ସୁଯୋଗ। ବିଭିନ୍ନ ପଦ ପାଇଁ କରିପାରିବେ ଆବେଦନ।
ଗଞ୍ଜାମ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଜୁନିଅର କ୍ଲର୍କ କପିଷ୍ଟ, ଟାଇପିଷ୍ଟ, ଷ୍ଟେନୋଗ୍ରାଫର ଓ ସାଲାରିଡ୍ ଅମିନ ପଦବୀରେ ଆବେଦନ କରିପାରିବେ। ଗଞ୍ଜାମରେ ୭୨ଟି ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଗଞ୍ଜାମ ଜିଲ୍ଲା କୋର୍ଟ
ଷ୍ଟେନୋଗ୍ରାଫର – ଏସସି(୦), ଏସଟି(୬), ଏସଇବିସି(୧), ସାଧାରଣ ବର୍ଗ(୨)
ଟାଇପିଷ୍ଟ – ଏସସି(୧), ଏସଟି(୮), ଏସଇବିସି(୧), ସାଧାରଣ ବର୍ଗ(୧୮)
ଜୁନିଅର କ୍ଲର୍କ – ଏସସି(୭), ଏସଟି(୨୮), ଏସଇବିସି(୩), ସାଧାରଣ ବର୍ଗ(୬)
ସାଲାରିଡ୍ ଅମିନ – ଏସସି(୦), ଏସଟି(୧), ସାଧାରଣ ବର୍ଗ(୦)
ଶିକ୍ଷାଗତ ଯୋଗ୍ୟତା
ଜୁନିଅର କ୍ଲର୍କ – ଓଡ଼ିଶା ସରକାରଙ୍କ ସ୍ଵିକୃତୀ ପ୍ରାପ୍ତ ଯେକୌଣସି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍ କରିଥିବା ଦରକାର। ଏହାସହ କମ୍ପ୍ୟୁଟରରେ ଡିସିଏ ଶିକ୍ଷା ଲାଭ କରିଥିବା ଆବଶ୍ୟକ।
ଷ୍ଟେନୋଗ୍ରାଫର୍ – ଓଡ଼ିଶା ସରକାରଙ୍କ ସ୍ଵିକୃତୀ ପ୍ରାପ୍ତ ଯେକୌଣସି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍ କରିଥିବା ସହ କମ୍ପ୍ୟୁଟରରେ ଡିସିଏ ଶିକ୍ଷା ଲାଭ କରିଥିବା ଆବଶ୍ୟକ। ସେହିପରି ୮୦ ସ୍ପିଡ୍ରେ ସର୍ଟ ହାଣ୍ଡ ଓ ୪୦ ସ୍ପିଡ୍ରେ ଇଂରାଜୀ ରାଇପିଙ୍ଗ କରିପାରୁଥିବା ଦରକାର।
ସାଲାରିଡ୍ ଅମିନ – ଦଶମ୍ ପାସ୍ କରିଥିବା ସହ ରେଭେନ୍ୟୁ ଇନ୍ସପେକ୍ଟର ଟ୍ରେନିଂ ନେଇଥିବା ଆବଶ୍ୟକ।
ପରୀକ୍ଷା ଫିସ୍
ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ୧୦୦ ଟଙ୍କା ପରୀକ୍ଷା ଫିସ୍ ଦେବାକୁ ପଡ଼ିବ। ଏହି ଫିସ୍କୁ ଟ୍ରେଜେରୀ ଚାଲାଣ ମାଧ୍ୟମରେ ପଠାଇବେ। ଏହାସହ ଏସସି, ଏସଟି ପ୍ରାର୍ଥୀଙ୍କୁ ଏହି ଫିସ୍ରୁ ବାଦ ଦିଆଯାଇଛି।
ଶେଷ ତାରିଖ
୦୫ ନଭେମ୍ଵର ୨୦୧୯
ଆବେଦନ ପ୍ରକ୍ରିୟା
ଦରଖାସ୍ତ ଫର୍ମ ସହ ଟ୍ରେଜେରି ଚାଲାଣ ରସିଦ, ନିଜର ଶିକ୍ଷା ପ୍ରମାଣପତ୍ର, ଜାତି ସାର୍ଟିଫିକେଟ, ଦୁଇଟି କ୍ୟାରେକ୍ଟର ସାର୍ଟିଫିକେଟ ଯେଉଁଥିରେ ଗେଜେଟେଡ ଅଫିସରଙ୍କ ଦସ୍ତଖତ ରହିଥିବ। ଏସବକୁ ଏକ ଲଫାପାରେ ପୁରାଇ ୦୫ ନଭେମ୍ଵର ୨୦୧୯ ସୁଦ୍ଧା ଗଞ୍ଜାମ ଜିଲ୍ଲା କୋର୍ଟ, ପୋ- ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା, ପିନ୍- ୭୬୦୦୦୪ର ଠିକଣାରେ ପଠାଇବେ। ଅଧିକ ତଥ୍ୟ ପାଇଁ http://ecourts.gov.in/odisha/ganjamdc କୁ ଯାଇପାରିବେ।

















