ଓଡ଼ିଶାଲାଇଭ ବ୍ୟୁରୋ  

ରକ୍ତ ସମ୍ପର୍କରେ ଲାଗିଲା ଦାଗ। ଦାଦା ପୁଅ ଭାଇର ତଣ୍ଟି କାଟି ହତ୍ୟା କରିଛି ବଡ଼ ବାପା ପୁଅ ଭାଇ। ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଛି। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗୁଗୁଡ଼ା ଗାଁ ମାଳିଝୋଲା ମନ୍ଦିର ପାଖରେ। ମୃତକ ନାବାଳକ ଜଣକ ହେଲେ ୧୫ ବର୍ଷିୟ ନିଲୁ ପାତ୍ର।

ବୁଗୁଡ଼ା ଗାଁରେ ଗୋଟିଏ ପରିବାରରେ କଳହ ଲାଗି ରହିଥିଲା। ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ପୂର୍ବରୁ ବିବାଦ ରହିଥିଲା। ଏହାପରେ ଉଗ୍ର ରୂପ ଧାରଣ କରିଥିଲା। ଫଳରେ ଶୁକ୍ରବାର ବିଳମ୍ଵିତ ରାତିରେ ଦାଦା ପୁଅ ଭାଇର ତଣ୍ଟି କାଟି ହତ୍ୟା କରିଛି।

ହତ୍ୟାକାଣ୍ଡର ଖବର ପାଇବା ପରେ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଏହାସହ ଅଭିଯୁକ୍ତ ବଡ଼ ବାପା ପୁଅ ଭାଇକୁ ପୋଲିସ ଅଟକ ରକି ପଚରାଉଚରା କରୁଛି।

Comment