ଓଡ଼ିଶାଲାଇଭ ବ୍ୟୁରୋ

କଟକ ମହାନଗର ନିଗମ ଅନ୍ତର୍ଗତ ପାର୍କିଂ, କିଲିଖାନା ଓ ପୋଖରୀ ନିଲାମ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ପାର୍କିଂ ଓ କିଲିଖାନାଗୁଡ଼ିକ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ନିଲାମ ହେଉଥିବା ବେଳେ ପୋଖରୀଗୁଡ଼ିକ ୨୦୧୯-୨୦ରୁ ୨୦୨୧-୨୨ ଯାଏଁ ନିଲାମ କରାଯିବ।

ଏନେଇ କଟକ ମହାନଗର ନିଗମ ଚୌଧୁରୀ ବଜାରସ୍ଥିତ କାର୍ଯ୍ୟାଳୟରେ ୬ ନଭେମ୍ଵର ୨୦୧୯ ସୁଦ୍ଧା ବନ୍ଦ ଲଫାପାରେ ଟେଣ୍ଡର ଗ୍ରହଣ କରାଯିବ। ଟେଣ୍ଡର ପ୍ରକ୍ରିୟାରେ ଭାଗନେବା ପାଇଁ କିମ୍ଵା ଅଧିକ ତଥ୍ୟ ପାଇଁ କଟକ ମହାନଗର ନିଗମ ଓ୍ଵେବସାଇଟ୍‌ www.cmccuttack.gov.in କୁ ଯାଇପାରିବେ।

ଏହି ସର୍ତ୍ତ ଅନଯାୟୀ ଟେଣ୍ଡର ଚୂଡ଼ାନ୍ତ କରାଯିବ

  • ପୂର୍ବ ବର୍ଷର ନିଲାମ ଟଙ୍କା ରଖିଥିବା ବ୍ୟକ୍ତି ବା ଅନୁଷ୍ଠାନ କିମ୍ଵା ପୂର୍ବଥର ନିଲାମରେ ସିଦ୍ଧ ହୋଇ ନିଲାମ ନ କରିବା ବ୍ୟକ୍ତିଙ୍କୁ ଏଥର ଟେଣ୍ଡରରେ ଭାଗ ନେଇ ପାରିବେ ନାହିଁ।
  • ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିଙ୍କ ନାଁରେ କୌଣସି ଫୌଜଦାରୀ ମାମଲା ବିଚାରଧିନ କିମ୍ଵା କୌଣସି ମାମଲା ଜେଲ ଯାଇନଥିବା ସମ୍ଵନ୍ଧରେ ଏକ ସତ୍ୟପାଠ ଦାଖଲ କରିବେ।
  • ଯାହାଙ୍କ ନାଁରେ ଟେଣ୍ଟର ସିଦ୍ଧ ହେବ ସେ ସଙ୍ଗେ ସଙ୍ଗେ ଟଙ୍କା ଦାଖଲ କରି ରସିଦ ହାସଲ କରିବେ। ନହେଲେ ତାଙ୍କ ଟେଣ୍ଡର ଅସିଦ୍ଧ ଘୋଣଷା କରାଯିବା ସହ ସେ ଦାଖଲ କରିଥିବା ଅମାନତ ଟଙ୍କା ଫେରସ୍ତ କରାଯିବ ନାହିଁ।
  • ଟେଣ୍ଡର ଗ୍ରହୀତା ପାର୍କିଂ ଫି ଏହି ଅନୁଯାୟୀ ଆଦାୟ କରିପାରିବେ।
  1. ଚାରି ଚକିଆ ଯାନ ପାଇଁ ୨୦ ଟଙ୍କା
  2. ତିନି ଚକିଆ ଯାନ ପାଇଁ ୧୦ ଟଙ୍କା
  3. ଦୁଇ ଚକିଆ ଯାନ ପାଇଁ ୫ ଟଙ୍କା
  4. ସାଇକେଲ ପାଇଁ ୨ ଟଙ୍କା
  • ପାର୍କିଂ ସ୍ଥାନ ସକାଳ ୮ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ।
  • ପାର୍କିଂ ସ୍ଥାନରେ ଆଦାୟକାରୀମାନେ ନିର୍ଦ୍ଧଷ୍ଟ ପୋଷାକ ପରିଧାନ କରିବା ସହ ନିଜର ପରିଚୟ ପତ୍ର ବେକରେ ଝୁଲାଇବେ।
  • ପାର୍କିଂ ସ୍ଥାନକୁ ଟେଣ୍ଡର ଗ୍ରହୀତା ଅନ୍ୟ କୌଣସି କାମ ପାଇଁ ବ୍ୟବହାର କରି ପାରିବେ ନାହିଁ।
  • ପାର୍କିଂ ସ୍ଥାନରେ ଯାନବାହନ ଜଗିବା ପାଇଁ ଟେଣ୍ଡର ମାଲିକ ଜଗୁଆଳି ବ୍ୟବସ୍ଥା କରିବେ।
  • ଯାହାଙ୍କ ନାଁରେ ଟେଣ୍ଡର ସିଦ୍ଧ କରାଯିବ ସେ ମ୍ୟୁନିସପାଲ କମିସନରଙ୍କ ସହ ଆବଶ୍ୟକୀୟ ଚୁକ୍ତିନାମା ଟେଣ୍ଡର ଚୂଡ଼ାନ୍ତ ହେବାର ସାତ ମଧ୍ୟରେ କରିବେ।
  • ଟେଣ୍ଡରର ଡାକକୁ କର୍ତ୍ତୃପକ୍ଷ ଇଚ୍ଛା କଲେ ୭ ଦିନ ମଧ୍ୟରେ କୌଣସି କାରଣ ନଦର୍ଶାଇ ରଦ୍ଦ କରିପାରିବେ।

Comment