ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୦୮ରେ ମୁମ୍ବାଇରେ ହୋଇଥିବା ସିରିୟଲ ବମ୍‌ ବ୍ଲାଷ୍ଟ ଉପରେ ନିର୍ମିତ ହଲିଉଡ ଫିଲ୍ମ ‘ହୋଟେଲ ମୁମ୍ବାଇ’ର ଟ୍ରେଲର ରିଲିଜ ହୋଇଯାଇଛି। ଆସନ୍ତା ନଭେମ୍ବର ୨୯ରେ ଏହି ଫିଲ୍ମ ରିଲିଜ ହେବ। ଏହି ଫିଲ୍ମରେ ହଲିଉଡ ଅଭିନେତା ଦେବ ପଟେଲ, ଅନୁପମ ଖେର ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏନ୍ଥୋନି ମାର୍ସ। ୨୦୦୮ ମସିହା ୨୬/୧୧ ମୁମ୍ବାଇ ତାଜ ହୋଟେଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ହୋଟେଲ କର୍ମଚାରୀଙ୍କ ଅଦମ୍ୟ ମାନବୀୟତାର ସତ କାହାଣୀ ଉପରେ ଫିଲ୍ମ ‘ହୋଟେଲ ମୁମ୍ବାଇ’ ଆଧାରିତ।

ହୋଟେଲ ମୁମ୍ବାଇ ଫିଲ୍ମ ହେଉଛି ଅନୁପମ ଖେରଙ୍କ ୫୦୧ତମ ଫିଲ୍ମ। ଏହାକୁ ହିନ୍ଦି, ଇଂରାଜୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ କରାଯିବ। ଫିଲ୍ମରେ ଅନୁପମ ଖେର ହେମନ୍ତ ଓବେରଏ ଭୂମିକାରେ ନଜର ଆସିବେ। ଆସନ୍ତା ନଭେମ୍ବର ୨୯ରେ ହୋଟେଲ ମୁମ୍ବାଇ ରିଲିଜ ହେବ।

Comment