ଓଡ଼ିଶାଲାଇଭ୍ ବ୍ୟୁରୋ

ଭଲ କାମ କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ୧୦ ଲକ୍ଷ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରତିବର୍ଷ ୧୦ ଜଣ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଏହି ପୁରସ୍କାର ଦିଆଯିବ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା ଡାକ୍ତରଙ୍କୁ ଚୟନ କରିବା ପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟି ହିଁ ପୁରସ୍କାର ଚୟନ କରିବ। ସେହିପରି କ୍ୟାରିଅର ଆୱାର୍ଡ ଭାବେ ଜଣେ ସ୍ଥାୟୀ କର୍ମଚାରୀଙ୍କୁ ତାଙ୍କ ଚାକିରି କାଳ ମଧ୍ୟରେ କରିଥିବା ଉଲ୍ଲେଖନୀୟ ସେବାକୁ ଆଧାର କରି ପୁରସ୍କାର ପ୍ରଦାନ କରାଯିବ।

ସେହିପରି ନ୍ୟାସନାଲ କ୍ୱାଲିଟି ଆକ୍ରିଡିଏସନ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର ହାସଲ କରିଥିବା ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଡାକ୍ତରଙ୍କଠାରୁ ଆରମ୍ଭ କରି ନିରାପତ୍ତା ରକ୍ଷୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ଗୋଟିଏ ମାସର ଦରମା ବୋନସ୍‌ ଆକାରରେ ଦିଆଯିବ।

ସେହିପରି ରୋଗୀଙ୍କ ମତାମତ ଭିତ୍ତିରେ ୫ଟି ଶ୍ରେଷ୍ଠ ଅନୁଷ୍ଠାନକୁ ପୁରସ୍କାର ପ୍ରଦାନ କରାଯିବ। ୫ଟି ମେଡିକାଲର ଅଫିସରଙ୍କୁ ତ୍ରୈମାସିକ ପ୍ରଶଂସାପତ୍ର ଦିଆଯିବ। ଏହାସହ ବର୍ଷ ସାରା ଭଲ କାମ କରିଥିବା ସ୍ଥାୟୀ ମେଡିକାଲ କର୍ମଚାରୀଙ୍କୁ ଏଲଟିସିରେ ବିଦେଶ ଭ୍ରମଣର ସୁଯୋଗ ଦିଆଯିବ। ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ତାଲିମ ନିମନ୍ତେ ବିଦେଶ ପଠାଯିବ।

Comment