ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ବାୟୁ ସେନାରେ ଚାକିରି ସୁଯୋଗ। ୧୨ ନଭେମ୍ଵରରୁ ଭୁନେଶ୍ଵରରେ ହେବ ନିଯୁକ୍ତି ରାଲି।

ଭାରତୀୟ ବାୟୁସେନାରେ ବାହାରିଲା ଚାକିରି ସୁଯୋଗ। ଏନେଇ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟୁଡିଓ ଛକଠାରେ ୧୨ ନଭେମ୍ଵର ସକାଳ ୬ଟାରେ ଆରମ୍ଭ ହେବ ଏକ ରାଲି। ଏଥିରେ କେବଳ ଓଡ଼ିଶା ଓ ପଶ୍ଚିମବଙ୍ଗ ପୁରୁଷ ପ୍ରାର୍ଥୀ ଭାଗ ନେଇପାରିବେ। ଏହା ମାଧ୍ୟମରେ ଏଜୁକେସନ ଇନଷ୍ଟ୍ରକ୍ଟର ପଦବୀ ପାଇଁ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ।

ତାରିଖ

  • ୧୨ ନଭେମ୍ଵର ୨୦୧୯ – ଶାରିରୀକ ପରୀକ୍ଷା, ଲିଖିତ ପରୀକ୍ଷା
  • ୧୩ ନଭେମ୍ଵର ୨୦୧୯ – ଆବିଲିଟି ପରୀକ୍ଷା-୧
  • ୧୪ ନଭେମ୍ଵର ୨୦୧୯ – ଆବିଲିଟି ପରୀକ୍ଷା-୨

ବୟସ ସୀମା

ପ୍ରାର୍ଥୀ ୧୯ ଜୁଲାଇ ୧୯୯୫ରୁ ୧ ଜୁଲାଇ ୨୦୦୦ ମସିହା ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ଦରକାର।

ଶିକ୍ଷାଗତ ଯୋଗ୍ୟତା

  • ଇଂରାଜୀ ହନର୍ସରେ ଗ୍ରାଜୁଏସନ କିମ୍ଵା ବିଏସସିରେ ଫିଜିକ୍ସ, କେମେଷ୍ଟ୍ରି, ଗଣିତ, କମ୍ପ୍ୟୁଟର ସାଇନ୍ସ, ଆଇଟି ଓ ଷ୍ଟାଟିଷ୍ଟକ ବିଷୟ ଥିବା ଦରକାର। ଏହାସହ ବି.ଇଡିରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।
  • ଇଂରାଜୀ ଓ ସାଇକୋଲୋଜିରେ ପିଜି କରିଥିବା ସହ ବି.ଇଡି କରିଥିବା ଦରକାର।

ଆବଶ୍ୟକୀୟ ପ୍ରମାଣପତ୍ର

  • ନିଜର ୪ଟି ଫଟୋ ଓ ମାଟ୍ରିକ ସାର୍ଟିଫିକେଟ
  • ଡିଗ୍ରୀ ସାର୍ଟିଫିକେଟ ଓ ଗ୍ରାଜୁଏସନ ଓ ପିଜିର ସବୁ ସେମିଷ୍ଟାରର ମାର୍କସିଟ୍‌ ଓ ଫଟୋ।
  • ବି.ଇଡର ମାର୍କସିଟ ଓ ସାର୍ଟିଫିକେଟ ଓ ୪ଟି ଫଟୋ
  • ଏନସିସି ‘ଏ’ ‘ବି’ କିମ୍ଵା ‘ସି’ ସାର୍ଟିଫିକେଟ।
  • ଏହାସହ ଲିଖିତ ପରୀକ୍ଷା ପାଇଁ ଏଚବି ପେନସିଲ, ରବର, ଷ୍ଟାପଲର ଓ ବ୍ଲାକ ଓ ବ୍ଲୁ ପେନ୍‌

ଇଚ୍ଛୁକ ପ୍ରାର୍ଥୀମାନେ ସିଧାସଳଖ ଯାଇ ରାଲିରେ ଯୋଗ ଦେଇ ପାରିବେ। ଅଧିକ ତଥ୍ୟ ପାଇଁ airmenselection.cdac.in କୁ ଯାଇ ପାରିବେ।

Comment