ଓଡ଼ିଶାଲାଇଭ୍ ବ୍ୟୁରୋ 
ବାଂଲାଦେଶ କ୍ରିକେଟ ବୋର୍ଡ ଦଳ ପାଇଁ ଦୁଇ ନୂଆ ଅଧିନାୟକ ଘୋଷଣା କରିଛି। ପୂର୍ବତନ ଅଧିନାୟକ ସାକିବ-ଅଲ-ହାସନଙ୍କୁ ଆଇସିସି ବ୍ୟାନ୍ କରିବାପରେ ବର୍ତ୍ତମାନ ଟେଷ୍ଟ ଏବଂ ଟି-୨୦ ପାଇଁ ବୋର୍ଡ ପକ୍ଷରୁ ଦୁଇ ଅଧିନାୟକ ଘୋଷଣା କରାଯାଇଛି।

ବୋର୍ଡ ମୋମିନୁଲ ହକ୍ଙ୍କୁ ଦଳର ନୂଆ ଟେଷ୍ଟ ଅଧିନାୟକ ଭାବେ ଘୋଷଣା କରିଛି। ସେହିପରି ଟି-୨୦ ମ୍ୟାଚରେ ବାଂଲାଦେଶ ଦଳର ନୂଆ ନେତୃତ୍ୱ ନେବେ ମହମ୍ମଦଦୁଲା ରିୟାଦ। ମଙ୍ଗଳବାର ଆଇସିସି ସାକିବଙ୍କୁ ବ୍ୟାନ କରିବା ପରେ ବୋର୍ଡ ତୁରନ୍ତ ଏ ନେଇ ଘୋଷଣା କରିଥିଲା। ଏହି ଦୁଇ ଖେଳାଳି ଭାରତ ଗସ୍ତରେ ଦଳର ନେତୃତ୍ୱ ନେବେ।

ଆସନ୍ତା ନଭେମ୍ବର ୩ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ କ୍ରିକେଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ ଦୁଇ ଦଳ ମଧ୍ୟରେ ତିନୋଟି ଟି-୨୦ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ।

















