ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍। ଭାରତରେ ହେବାକୁ ଥିବା ଏହି ସିରିଜରେ ଦୁଇ ଦେଶ ଉଭୟ ଟି-ଟ୍ୱେଣ୍ଟି ଏବଂ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳିବେ। ପ୍ରଥମେ ହେବାକୁଥିବା ଟି-ଟ୍ୱେଣ୍ଟି ସିରିଜରେ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ।

ଭାରତ ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମୁକାବିଲା ମୁମ୍ବାଇରେ ଖେଳାଯିବ। ଏହାର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ପୁଣେ ଓ ରାଜକୋଟର ଖେଳାଯିବ। ଏହାପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳାଯିବ। ଜାନୁଆରି ୧୫ ତାରିଖରେ ଏହି ଆନ୍ତର୍ଜାତିକ ସିରିଜ ଶେଷ ହେବ।

ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲଙ୍କ ଭଳି ଷ୍ଟାର ଖେଳାଳି ଅନୁପସ୍ଥିତ ରହିବେ। ତେବେ ଭାରତୀୟ ଦଳରେ ଶୁଭମନ ଗିଲ, ଇଶାନ କିଶନ, ସଞ୍ଜୁ ସାମସନ, ରାହୁଲ ତ୍ରିପାଠୀ, ଉମ୍ରାନ ମଲ୍ଲିକ, ଶିଭମ ମାଭି, ଅର୍ଶଦୀପ ସିଂହଙ୍କ ଭଳି ଖେଳାଳିଙ୍କୁ ସ୍ଥାନ ମିଳିଛି।

Tags: #India-SrilankaSeries #T-20 #ODI #Cricket #HardikPandya #Mumbai

LEAVE A REPLY

Please enter your comment!
Please enter your name here