ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାରଠାରୁ ଖେଳାଯିବାକୁ ଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରୁ ଅଧିନାୟକ ରୋହିତ ଶର୍ମା ବାଦ ପଡ଼ିଛନ୍ତି। ଆହତ କାରଣରୁ ରୋହିତ ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳିପରିବେ ନାହିଁ। ବିସିସିଆଇ ରବିବାର ଏହା ସ୍ପଷ୍ଟ କରିବା ସହ ତାଙ୍କ ବଦଳରେ ଅଭିମନ୍ୟୁ ଈଶ୍ଵରନଙ୍କୁ ଦଳରେ ସାମିଲ କରିଛି। ରୋହିତଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲ ଦଳର ନେତୃତ୍ୱ ନେବେ। ଅନ୍ୟ ଦୁଇ ଆହତ ଖେଳାଳି ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଡେଜା ମଧ୍ୟ ପୂରା ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି।

ଈଶ୍ଵରନଙ୍କ ସହିତ ନଭଦୀପ ସୈନି, ଜୟଦେବ ଉନାଦକଟ୍, ସୌରଭ କୁମାର ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଚେତେଶ୍ଵର ପୂଜାରା ଦଳର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଡିସେମ୍ବର ୧୪ରୁ ଚଟ୍ଟୋଗ୍ରାମରେ ଏବଂ ଦ୍ଵିତୀୟ ତଥା ଶେଷ ଟେଷ୍ଟ ଡିସେମ୍ବର ୨୨ରୁ ମୀରପୁରରେ ଖେଳାଯିବ।

ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଦିନିକିଆରେ ବାମ ହାତ ଆଙ୍ଗୁଠିରେ ଆଘାତ ପାଇଥିବାରୁ ରୋହିତ ଚିକିତ୍ସା ଲାଗି ଭାରତ ଫେରି ଆସିଛନ୍ତି। ବାଂଲାଦେଶଠାରୁ ଦିନିକିଆ ସିରିଜ ହାରିବା ପରେ ଏବେ ଟେଷ୍ଟ ସିରିଜରେ ଭଲ କରିବ ବୋଲି ଆଶା ରଖିଛି ଭାରତୀୟ ଦଳ। ଏହି ସିରିଜ ଭାରତକୁ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନ୍ସିପରେ ଅଗ୍ରଣୀ ରହିବାରେ ସହାୟକ ହେବ।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ:

କେଏଲ୍ ରାହୁଲ୍‌ (ଅଧିନାୟକ), ଶୁଭମନ ଗିଲ୍‌, ଚେତେଶ୍ଵର ପୂଜାରା (ଉପ ଅଧିନାୟକ), ବିରାଟ‌ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ୍ (ୱିକେଟରକ୍ଷକ), ରଜତ ପାଟିଦାର, ରବିଚନ୍ଦ୍ରନ ଅଶ୍ୱୀନ, ଅକ୍ଷର ପଟେଲ୍‌, କୁଲଦୀପ ଯାଦବ, ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ, ଅଭିମନ୍ୟୁ ଈଶ୍ଵରନ, ନଭଦୀପ ସୈନି, ସୌରଭ କୁମାର, ଜୟଦେବ ଉନାଦକଟ୍।

Tags: #India #Bangladesh #Testseries #Cricket #RohitSharma #KLrahul #BCCI #ICCWorldTestChampionship

Comment