ଓଡ଼ିଶାଲାଇଭ୍‌ ବ୍ୟୁରୋ

Jeypore Congress

ଜୟପୁର: ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୩୫ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ଜୟପୁରଠାରେ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏନେଇ ଜୟପୁର କଂଗ୍ରେସ ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।

ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇ ଇନ୍ଦିରାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଦେଶ ପାଇ ଗାନ୍ଧୀ ପରିବାରର ଆବଦାନ ବିଷୟରେ ବିଧାୟକ ଆଲୋକପାତ କରିଥିଲେ।

Jeypore Congress

ଅନ୍ୟପକ୍ଷରେ ବିଧାୟକ ତାରା ପ୍ରସାଦ ବାହିନିପତି ରାଜ୍ୟରେ ଦେଖାଦେଉଥିବା ବେକାରୀ ସମସ୍ୟା ବିଷୟରେ କହିଥିଲେ। ଜିଲ୍ଲାରେ ଶିକ୍ଷକ ଓ ଡାକ୍ତରଙ୍କ ଅଭାବ ରହିଥିବା ବେଳେ ସ୍ଥାନୀୟ ନିଯୁକ୍ତି ନଥିବା ଯୋଗୁଁ ଏଠାର ଶିକ୍ଷିତ ଯୁବକ ଯୁବତୀ ବେକାର ହୋଇ ରହିଛନ୍ତି ବୋଲି ବାହିନିପତି କହିଥିଲେ।

Comment