ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଜୟପୁରରେ ଏକ ଆରଡିସି ଡିଭିଜନ କରାଯାଉ ବୋଲି ବିଧାୟକ ତାରା ପ୍ରସାଦ ବାହିନିପତି ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ ବୋଲି ଗୁରୁବାର ବିଧାନସଭାରେ ଉଦବେଗ ପ୍ରକାଶ କରିଥିଲେ ତାରା ବାହିନିପତି।

ବର୍ତ୍ତମାନର ଏହି ଜିଲାଗୁଡ଼ିକରେ କିଏ ଆରଡିସି ଅଛନ୍ତି, ସେ ଜାଣିନାହାନ୍ତି ବୋଲି ବାହିନିପତ ବିଧାନସଭାରେ କହିଥିଲେ। ବାହିନିପତି କହିଥିଲେ, “ବର୍ତ୍ତମାନର କେବେ କୋରାପୁଟ ଯାଆନ୍ତି ନାହିଁ। ସେ ଫୋନ କଲେ ଉଠାନ୍ତି ନାହିଁ। ତେଣୁ ସେଠାରେ କ’ଣ ବିକାଶ ହେବ।”

ଅନ୍ୟପକ୍ଷରେ ମାସକ ମଧ୍ୟରେ ଥରେ ଆରଡିସି ଉକ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରନ୍ତୁ ବୋଲି ଗୃହରେ ଦାବି ରଖିଛନ୍ତି ବିଧାୟକ ତାରା ପ୍ରସାଦ ବାହିନିପତି।

Comment