ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେପି ବିଧାୟକ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ବାଚସ୍ପତିଙ୍କ ପୋଡିୟମ ଆଗରେ ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଅନ୍ୟପଟେ ସ୍ଵରାଷ୍ଟ୍ର, ଅର୍ଥ, ନିର୍ମାଣ, ଖଣି, ଇସ୍ପାତ, ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବିପର୍ଯ୍ୟସ୍ତ ବିଜୁଳି ସେବାକୁ ନେଇ ବିଜେପି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବା ଯୋଜନା ରହିଛି।

ଶନିବାର ଦିନଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। କୋଭିଡ କଟକଣା ମଧ୍ୟରେ ଚାଲିଛି ଗୃହ କାର୍ଯ୍ୟ। ଲମ୍ବା ସମୟର ବଜେଟ ଅଧିବେଶନରେ ରହିଛି ୨୪ଟି କାର୍ଯ୍ୟ ଦିବସ। ଚଳିତ ଥର ଗୃହ କାର୍ଯ୍ୟକୁ ଏକ ଘଣ୍ଟା ବୃଦ୍ଧି କରାଯାଇଛି। ୫ ଘଣ୍ଟା ପରିବର୍ତ୍ତେ ଗୃହ କାର୍ଯ୍ୟ ୬ ଘଣ୍ଟା ଚାଲିବ।

Tags: #Assembly #BudgetSession #RuchikaSuicideIssue #HouseAjdourned

Comment