ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ଆମମାନଙ୍କ ମଧ୍ୟରେ କିଛି ଲୋକ ଜାଣି ନଥିବେ ବଳକା ଜିନିଷକୁ କେମିତି ବ୍ୟବହାର କରିବେ। କିଛି ଲୋକ ଖାଦ୍ୟ ବଳି ପଡ଼ିଲେ ଫିଙ୍ଗି ଦିଅନ୍ତି ବା ଗାଇ ଓ କୁକୁରକୁ ଖାଇବାକୁ ଦେଇଥା’ନ୍ତି। ସେହିଭଳି କିଛି ଲୋକ ଜାଣି ନାହାନ୍ତି ରୁଟି ବଳି ପଡ଼ିଲେ କ’ଣ କରିବେ।

ହେଲେ ଆପଣ ବଳକା ରୁଟିକୁ ଟେଷ୍ଟି ଉପମା ପ୍ରସ୍ତୁତ କରି ପୁଣି ବ୍ୟବହାର କରିପାରିବେ। ଜାଣନ୍ତୁ କେମିତି କରିବେ ବଳକା ରୁଟିରେ ସ୍ଵାଦିଷ୍ଟ ରୁଟି ଉପମା।

ଆବଶ୍ୟକୀୟ ସାମଗ୍ରୀ

ବଳି ପଡ଼ିଥିବା ରୁଟି ୪ରୁ ୫

୧ ମଧ୍ୟମ ପିଆଜ

ରିଫାଇନ୍‌ ବା ଅଲିଭ୍‌ ତେଲ ୧ ଚାମଚ

ଭୃସୁଙ୍ଗା ପତ୍ର ୪ରୁ ୫ ପାଖୁଡ଼ା

୨ଟି କଞ୍ଚା ଲଙ୍କା

ଗ୍ରୀନ୍‌ ମଟର ଅଧ କପ୍‌

ସ୍ୱାଦ ଅନୁସାରେ ଲୁଣ

ଚିନା ବାଦାମ, କାଜୁ

ଅଧ ଚାମଚ ଲେମ୍ବୁ ରସ

ପ୍ରସ୍ତୁତି ପ୍ରଣାଳୀ

ପିଆଜକୁ କାଟି ଦିଅନ୍ତୁ। ଗ୍ୟାସ୍‌ରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ, ସେଥିରେ ସୋରିଷ ପକାଇ ଫୁଟାନ୍ତୁ। ଫୁଟିଗଲେ ସେଥିରେ ପିଆଜ ପକାଇ ଏପଟ ସେପଟ କରନ୍ତୁ। ପିଆଜ ନରମ ହୋଇଗଲେ ଭୃସୁଙ୍ଗା ପତ୍ର, କଟା କଞ୍ଚା ଲଙ୍କା ଏବଂ ଗ୍ରୀନ୍‌ ମଟର ପକାଇ କଡ଼େଇଟିକୁ ଏକ ଥାଳିରେ ଘୋଡ଼ାଇ ଦିଅନ୍ତୁ। ମଝିରେ ମଝିରେ ଏହାକୁ ଏପଟ ସେପଟ କରନ୍ତୁ।

ଏହାପରେ ବଳି ପଡ଼ିଥିବା ରୁଟିକୁ ହାତରେ ଛିଣ୍ଡାଇ ଦିଅନ୍ତୁ ଏବଂ କଡ଼େଇରେ ପକାନ୍ତୁ। ଲୁଣ ଓ ଟିକେ ପାଣି ମିଶାଇ ଘାଣ୍ଟନ୍ତୁ। ଏଥିରେ ଚିନା ବାଦାମ ଓ କାଜୁ ମିଶାନ୍ତୁ। ଶେଷରେ ଲେମ୍ବୁ ରସ ମିଶାଇ ଘାଣ୍ଟି ଦିଅନ୍ତୁ। ଗ୍ୟାସ୍‌ ବନ୍ଧ କରି ଘୋଡ଼ାଇ ଦିଅନ୍ତୁ। ଏହାପରେ ଗରମ ଗରମ ପରଷନ୍ତୁ।

Comment