ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଆନ୍ତଃଜିଲ୍ଲା ଓ ରାଜ୍ୟ ଟେବୁଲ ଟେନିସ୍ ଚାମ୍ପିଅନସିପ୍। ନଭେମ୍ବର ରୁ କଟକର ଜବାହାରଲାଲ୍ ନେହେରୁ ଇନଡୋର ଷ୍ଟାଡିୟମରେ ଏହି ଚାମ୍ପିଅନସିପ୍ ଖେଳାଯିବ।

ଏହି ଚାମ୍ପିଅନସିପ ନଭେମ୍ବର ୪ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଏହି ଚାମ୍ପିଅନସିପ ନିଜର ରୋପ୍ୟଜୟନ୍ତୀ ପାଳନ ପାଳନ କରିବାକୁ ଯାଉଛି।

ଏହି ଚାମ୍ପିଅନସିପରେ ମୋଟ୍ ୧୫ଟି ଇଭେଣ୍ଟରେ ଖେଳାଯିବ। ସିନିୟର ପୁରୁଷ ଓ ଜୁନିଅର ବାଳକ ବିଭାଗରେ ଦଳଗତ ପ୍ରତିଯୋଗିତା ଖେଳାଯିବ। ଏହାସହ ଉଭୟ ପୁରୁଷ ଓ ମହିଳା ସିଙ୍ଗଲସ୍, ୟୁଥ୍ ବାଳକ ସିଙ୍ଗଲସ୍, ଜୁନିଅର ବାଳକ ଓ ବାଳିକା ସିଙ୍ଗଲସ୍, ସବଜୁନିଅର ବାଳକ ଓ ବାଳିକା ସିଙ୍ଗଲସ୍ ଓ କ୍ୟାଡେଟ୍ ବାଳକ ଓ ବାଳିକା ସିଙ୍ଗଲସ୍ ଇଭେଣ୍ଟରେ ପ୍ରତିଯୋଗିତା ଖେଳାଯିବ।

କେବଳ ଜୁନିଅର ବିଭାଗରେ ଡବଲସ୍ ପ୍ରତିଯୋଗିତା ଖେଳାଯିବ। ବରିଷ୍ଠ ଖେଳାଳିଙ୍କ ପାଇଁ ୪୦ବର୍ଷରୁ ଉର୍ଦ୍ଧ, ୫୦ବର୍ଷରୁ ଉର୍ଦ୍ଧ ଓ ୫୦ବର୍ଷରୁ ଉର୍ଦ୍ଧ ବୟସ ବର୍ଗରେ ଉଭୟ ସିଙ୍ଗଲସ୍ ଓ ଡବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଏହି ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନକୁ ଜାତୀୟ ଦଳ ମନୋନୟନ ବେଳେ ମଧ୍ୟ ବିଚାରକୁ ନିଆଯିବ। ଏଥିରେ ଅଂଶଗ୍ରହଣ କରିବାକୁ ଇଚ୍ଛା ରଖିଥିବା ପ୍ରତିଯୋଗୀମାନେ ନଭେମ୍ବର ୩ ତାରିଖ ସୁଦ୍ଧା ନିଜର ନାମକୁ ଜିଲ୍ଲା ଆସୋସିଏସନ୍  କିମ୍ବା ବ୍ୟକ୍ତିଗତ ଭାବେ ଆସି ପଞ୍ଜୀକରଣ କରିବାକୁ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।

Comment