ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦୁଝର ଲହଣ୍ଡା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା ମାମଲା। ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର ଜିଲ୍ଲା ଲହଣ୍ଡା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା କରାଯାଇଥିବା ମାମଲାରେ ଚମ୍ପୁଆ ଏଡିଜେ କୋର୍ଟ ରାୟ ଶୁଣାଇଛନ୍ତି। ମାମଲା ସମ୍ପୃକ୍ତ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଏହାସହ ପ୍ରତ୍ୟେକ ଦୋଷୀଙ୍କୁ ୧୦ ହଜାର ଲେଖାଏଁ ଜରିମାନା ନିର୍ଦ୍ଦେଶ ଦିଆଯାଇଛି।

୨୦୧୫ ଜୁଲାଇ ୧୩ ତାରିଖରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଅନ୍ତର୍ଗତ ଲହଣ୍ଡା ଗାଁରେ ହୋଇଥିବା ହତ୍ୟାକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଗୋଟିଏ ପରିବାରର ମୁଖିଆ ଗୁରା ମୁଣ୍ଡାଙ୍କ ସମେତ ତାଙ୍କ ସ୍ତ୍ରୀ ଓ ୪ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇତିଲା।

ଗୁଣି ଗାରେଡ଼ି କରୁଥିବା ଅଭିଯୋଗରେ ପରିବାରର ସମସ୍ତେ ଶୋଇଥିବା ଅବସ୍ଥାରେ ଏହି ହତ୍ୟାକାଣ୍ଡ କରାଯାଇଥିଲା। ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇଥିଲା।

Comment