ଓଡ଼ିଶାଲାଇଭ୍ ବ୍ୟୁରୋ

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି ବା ଏକତା ପାଇଁ ଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱରଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ, ‘‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ସମ୍ଭବତଃ ଭାରତ ପୃଥିବୀର ମହାଶକ୍ତି ହୋଇସାରନ୍ତାଣି। ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ଯୋଗୁଁ କୃଷି, ସମବାୟ, ସୁରକ୍ଷା ଓ ପ୍ରଶାସନ ଦ୍ୱାରା ଏକ ଲୌହ ଢାଞ୍ଚା ତିଆରି କରାଯାଇ ପାରିଥିଲା। ହେଲେ ତାଙ୍କୁ ଦେଶ ମନେପକାଇନଥିଲା। ମାତ୍ର ଆଜି ଦେଶରେ ତାଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ସ୍ଥାପନା କରି ଦେଶର ନାଗରିକମାନଙ୍କ ମଧ୍ୟରେ ଏକ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପନାର ଆହ୍ୱାନ କରି ପଟେଲଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ଦେଇଛନ୍ତି।’’

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଥିଲେ ଯେ ଓଡ଼ିଶାର ନୀଳଗିରି ମଧ୍ୟ ସର୍ଦ୍ଦାର ପଟେଲଙ୍କର ସହ ଦୃଢତାର ସହ ଠିଆ ହୋଇଥିଲା। ଦେଶର ପ୍ରଥମ ଦେଶୀୟ ରାଜ୍ୟ ଭାବେ ବାଲେଶ୍ୱରର ନୀଳଗିରି ସର୍ବଭୌମ ଭାରତର ଅଂଶ ହୋଇଥିଲା। ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ନୀଳଗିରି ତାହାର ପ୍ରମାଣ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଅଗଷ୍ଟ ୫ ଓ ୬ ତାରିଖରେ ଭାରତବର୍ଷର ଐତିହାସିକ ଭୁଲକୁ ପ୍ରଧାନମନ୍ତ୍ରୀ

ଦେଶର ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିବା ସହିଦ ବାଜି ରାଉତ, ବକ୍ସି ଜଗବନ୍ଧୁ, ସହିଦ ଭଗତ ସିଂହ, ମଙ୍ଗଲ୍ ପାଣ୍ଡେ, ସର୍ଦ୍ଦାର ପଟେଲ, ଡକ୍ଟର ହରେକୃଷ୍ଣ ମହତାବ ଏବଂ ପଣ୍ଡିତ ଗୋପବନ୍ଧୁ ଦାସ ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।

ଭୁବନେଶ୍ୱର ରେଳ ଷ୍ଟାଡିୟମଠାରେ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ରନ୍ ଫର୍‌ ୟୁନିଟି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଛାତ୍ରଛାତ୍ରୀ, ଅର୍ଦ୍ଧ ସାମରିକ ବାହିନୀର ଯବାନ, ସ୍ୱଚ୍ଛାସେବୀ ସଂଗଠନର ସଦସ୍ୟ ତଥା ଜନସାଧାରଣମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ।

LEAVE A REPLY

Please enter your comment!
Please enter your name here