ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଟାଲୀୟନ ଖାଦ୍ୟ ସାମଗ୍ରୀଗୁଡ଼ିକ ମଧ୍ୟରୁ ପାସ୍ତା ସବୁଠାରୁ ସ୍ୱାଦିଷ୍ଟ ଲାଗେ। କେବଳ ଇଟାଲୀ ନୁହେଁ ଭାରତରେ ମଧ୍ୟ ବହୁତ ପାସ୍ତା ପ୍ରେମୀ ରହିଛନ୍ତି। ମୁଖ୍ୟତଃ ଛୋଟ ଛୁଆ ଏବଂ ଯୁବପିଢ଼ି ଏହାକୁ ଖାଇବାକୁ ବହୁତ ପସନ୍ଦ କରନ୍ତି। ଏହାକୁ ତିଆରି କରିବାରେ ବେଶୀ ସମୟ ବି ଲାଗେନି। ତେଣୁ ଭୋକ ସମୟରେ ସମସ୍ତେ ପାସ୍ତା ଖାଇବାକୁ ଭଲ ପାଆନ୍ତି।

– ଅନ୍ତଃରାଷ୍ଟ୍ରୀୟ ପାସ୍ତା ସଂଗଠନ ଅନୁଯାୟୀ, ସାରା ବିଶ୍ୱରେରେ ପ୍ରାୟ ୬୦୦ଟି ପ୍ରକାର ଓ ଆକାରର ପାସ୍ତା ଡିଜାଇନ୍ ରହିଛି।

–  ପାସ୍ତାରେ ଥିବା କାର୍ବୋହାଇଡ୍ରେଟ୍ ଶରୀରରେ ସେରୋଟୋନିନ୍ ଉତ୍ପାଦନକୁ ବୃଦ୍ଧି କରେ। ପାସ୍ତା ଶରୀରରେ କାର୍ବୋହାଇଡ୍ରେଟ୍ ଅଭାବକୁ ପୂରା କରିବାର ଏକ ଉତ୍ତମ ସ୍ରୋତ।

–  ପାସ୍ତା ସ୍ୱାସ୍ଥ୍ୟ ପାଇଁ ହାନିକାରକ ନୁହେଁ। ଏହାକୁ ମଇଦା, ଚାଉଳ, ଗହମ ଗୁଣ୍ଡ ତଥା ଗୋଟା ଗହମର ମିଶ୍ରଣରେ ତିଆରି କରାଯାଏ।  ବାଜରା ଆଉ ମକାରେ ବି ପାସ୍ତା ତିଆରି କରାଯାଇ ପରେ ଏହାକୁ ବିଭିନ୍ନ ଆକାର ଦିଆଯାଇଥାଏ।

– ବିଭିନ୍ନ ଶସ୍ୟଜାତୀୟ ପଦାର୍ଥରେ ତିଆରି କରାଯାଉଥିବା ପାସ୍ତାକୁ ପନିପରିବା ପକାଇ ତିଆରି କରି ଖାଆନ୍ତୁ। ଏହା ପାଟିର ସ୍ୱାଦ ବଢ଼ାଇବା ସହିତ ସ୍ୱାସ୍ଥ୍ୟକୁ ବି ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇବ।

Comment