ଓଡ଼ିଶାଲାଇଭ୍ ବ୍ୟରୋ
ଗହୀରମଥା ସମୁଦ୍ରକୂଳରେ ସାତ ମାସ ମାଛ ନଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଶୀତଋତୁରେ ଅଲିଭ୍ ରିଡଲେ କଇଁଛ ଏଠାକୁ ଅଣ୍ଡା ଦେବାକୁ ଆସୁଥିବାରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।
୨୦୧୯ ନଭେମ୍ବର ୧ ତାରିଖରୁ ୨୦୨୦ ମସିହା ମେ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ସାତ ମାସ ପାଇଁ ଏହି ବ୍ୟାନ ଲାଗିଛି। ଏହା ଫଳରେ ସମୁଦ୍ର ଉପକୂଳରୁ ୨୦ କିଲୋମିଟର ଅଞ୍ଚଳ ଭିତରେ ମାଛ ଧରିବାକୁ ମତ୍ସ୍ୟଜୀବୀଙ୍କୁ ମନାକରାଯାଇଛି। ଯାହା ଫଳରେ କଇଁଛମାନେ ସୁରକ୍ଷିତ ଭାବେ ଅଣ୍ଡା ଦେବା ସହ ସମୁଦ୍ରକୂଳକୁ ଯିବାଆସିବା କରିପାରିବେ।
ଶୀତଦିନ ଆରମ୍ଭରୁ ଋୁଷିକୁଲ୍ୟା ନଦୀକୂଳ ଓ ଗହୀର ମଥାକୁ ବିରଳ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥାନ୍ତି। ସେମାନେ ଏଠାରେ ରହିବା ସହ ମାର୍ଚ୍ଚ ମାସ ଶେଷ ଆଡ଼କୁ ଅଣ୍ଡାଦେଇ ପୁଣି ସମୁଦ୍ରକୁ ଚାଲିଯାଇଥାନ୍ତି।
କଇଁଛ ମାନଙ୍କର ଅଣ୍ଡା ଦେବା ସ୍ଥାନ ପାଇଁ ଏହି ଗହୀରମଥା ବିଶ୍ୱର ଏକ ପ୍ରମୁଖ ସ୍ଥଳ ଭାବେ ଖ୍ୟାତି ଅର୍ଜନ କରିଛି।












