ଓଡ଼ିଶାଲାଇଭ୍ ବ୍ୟୁରୋ

ଅଲିଭ୍‌ ରିଡଲେ କଇଁଚଙ୍କ ସୁରକ୍ଷା ଲାଗି ସମୁଦ୍ରରୁ ମାଛ ଧରିବା ଉପରେ ଲାଗିଲା କଟକଣା। ଆଜିଠାରୁ ୭ ମାସ ଯାଏଁ ଏହି କଟକଣା ଜାରି ରହିବ। ମତ୍ସ୍ୟଜୀବୀମାନଙ୍କୁ ଉପକୂଳଠାରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ନଧରିବା ପାଇଁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ନଦୀ ମୁହାଣରେ ଶିବିର ଖୋଲାଯିବ। ଏହି ଶିବିରଗୁଡ଼ିକରେ ବନ ବିଭାଗର କର୍ମଚାରୀଙ୍କୁ ମୁତୟନ କରାଯିବ। ସେମାନେ ଅଲିଭ୍ ରିଡଲେଙ୍କ ସୁରକ୍ଷା ପାଇଁ ଦାୟିତ୍ୱ ନେବେ। ଆସନ୍ତାବର୍ଷ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି।

ପ୍ରାୟ ୭ ମାସ ଯାଏଁ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମାଛ ନଧରିଲେ ସେମାନଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯିବ। ତେଣୁ ପ୍ରଶାସନ ତରଫରୁ ସଂପୃକ୍ତ ମତ୍ସ୍ୟଜୀବୀଙ୍କ ପରିବାରକୁ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ଅଲିଭ୍‌ ରିଡଲେଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କଟକଣା ଲଗାଯାଇଥାଏ।

Tags: #OliveRidleys #FishingBan #Odisha #Rushikulya #Dhamara #DeviRiver

Comment