ଓଡ଼ିଶାଲାଇଭ୍ ବ୍ୟରୋ

କେନ୍ଦ୍ରାପଡ଼ା ଜିଲ୍ଲା ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ମନେକରି ପ୍ରଶାନ୍ତ ମହାସାଗରରୁ ହଜାର ହଜାର ବିରଳ ଅଲିଭ ରିଡଲେ କଇଁଛ ଆସିଥାନ୍ତି। ବର୍ତ୍ତମାନ କଇଁଛମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ ଦେବୀ ମୁହାଣ ଠାରୁ ଧାମରା ମୁହାଣ ୨୦ କିମି ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି।

ବନବିଭାଗ ପକ୍ଷରୁ ପାରାଦୀପ, ଶାସନପେଟା, ବତୀଘର ଓ ଡାଙ୍ଗମାଳଠାରେ ମତ୍ସ୍ୟଜୀବୀ, ଟ୍ରଲର ମାଲିକ, ସ୍ୱେଚ୍ଛାସେବୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମମାନ ହେଉଛି। ଶିବିରରେ ଚିତ୍ରକଳା ମାଧ୍ୟମରେ କଇଁଛ ସୁରକ୍ଷା ନେଇ ସଚେତନତାର ବାର୍ତ୍ତା ଦେଇଛନ୍ତି ଚିତ୍ର ଶିଳ୍ପୀ ଶ୍ରୀକାନ୍ତ।

ଏହି ସମୟରେ ଗହୀରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ଏଠି ଟ୍ରଲର ମାଲିକ କଟକଣା ମାନୁନଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ବନବିଭାଗ ୮ଟି ଟ୍ରଲର ସହିତ ୮୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିସାରିଛି।

କଇଁଛମାନଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଚଳିତ ବର୍ଷ ଅଧିକ ସଂଖ୍ୟାରେ କଇଁଛ ସମୁହ ଅଣ୍ଡାଦାନ ପ୍ରକିୟାରେ ସାମିଲ ହେବା ନେଇ ଆଶା ରଖିଛି ବନବିଭାଗ।

Tags: #OliveRidley #MassNesting #Kendrapara #Gahiramatha #ForestDept #SecurityAlert

LEAVE A REPLY

Please enter your comment!
Please enter your name here