ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିଦିନ କିଛି ଲୋକଙ୍କ ଘରେ କିଛି ନା କିଛି ଭାତ ବଳି ପଡ଼ିଥାଏ। କିଛି ଲୋକ ବାସି ଭାତ ଭାବି ଫିଙ୍ଗି ଦେଇଥା’ନ୍ତି। କିନ୍ତୁ ଆପଣ ପୂର୍ବଦିନର ବଳକା ଭାତକୁ ବି ସ୍ୱାଦିଷ୍ଟ ରୋଷେଇ କରି ଖାଇପାରିବେ। ଜାଣନ୍ତୁ ବଳି ପଡ଼ିଥିବା ଭାତରେ କ’ଣ କରିବେ।

ଲେମନ୍‌ ରାଇସ୍‌ (ଲେମ୍ବୁ ଭାତ)  

ବଳିପଡ଼ିଥିବା ଭାତ

ବାଦାମ, କାଜୁ

ଭୃସୁଙ୍ଗା ପତ୍ର – ୬ ପାଖୁଡ଼ା

ହଳଦି – ଅଧ ଚାମଚ

ରିଫାଇନ୍‌ ତେଲ – ୨ ଚାମଚ

ଶୁଖିଲା ଲଙ୍କା – ୧

ଲୁଣ ସ୍ୱାଦ ଅନୁସାରେ

ଲେମ୍ବୁ ରସ – ୩ରୁ ୪ ଟୋପା

ପ୍ରଣାଳୀ

ଏକ ପ୍ୟାନ୍‌ରେ ୨ ଚାମଚ ଲେମ୍ବୁ ରସ ପକାଇ ସେଥିରେ ସୋରିଷ ପକାଇ ଫୁଟାଇବେ। ଚଡ଼ ଚଡ଼ ହୋଇ ଫୁଟି ସାରିବା ପରେ ବାଦାମ ପକାଇବେ। ବାଦାମ ଏବଂ କାଜୁ ହାଲକା ବାଦାମୀ ରଙ୍ଗ ହୋଇଗଲେ ସେଥିରେ ଭୃସୁଙ୍ଗା ପତ୍ର ଏବଂ ଶୁଖିଲା ଲଙ୍କା ପକାଇବେ।

ଏହାପରେ ସେଥିରେ ଭାତ ଏବଂ ଅଧ ଚାମଚରୁ କମ୍‌ ହଳଦି ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ମିଶାଇଦେବେ। ଶେଷରେ ଲେମ୍ବୁ ରସ ମିଶାଇ ଗରମ ଗରମ ପରଷିବେ।

ଲେମନ୍‌ ଲାଇସ୍‌କୁ ଆପଣ ଯେ କୌଣସି ତରକାରୀ ସହ ଖାଇପାରିବେ।

Comment