ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ଲୋକମାନେ ଭୋଟ ଦିଅନ୍ତି ହେଲେ ସେଠାରେ ତାଙ୍କର ନେତା କିଏ ହେବ ତାହା ଭୋଟ୍‌ ଆଗରୁ  ସ୍ଥିର ହୋଇସାରିଥାଏ।

ଏହି ଦେଶ ହେଉଛି ଉତ୍ତର କୋରିଆ। ଏହି ଦେଶରେ ଲୋକମାନେ ନିର୍ବାଚନରେ ଅଂଶଗ୍ରହଣ କରି ଭୋଟ୍ ଦେଇଥାନ୍ତି କିନ୍ତୁ ତାଙ୍କର ଦେଶର ନେତା ପୂର୍ବରୁ ସ୍ଥିର ହୋଇସାରିଥାଏ।

ଏହି ଦେଶର ନିର୍ବାଚନ ବାଲାଟ୍ ପେପରରେ କେବଳ ଜଣେ ପ୍ରାର୍ଥୀଙ୍କ ନାଁ ରହିଥାଏ। ଲୋକମାନେ କେବଳ ସେହି ପ୍ରାର୍ଥୀଙ୍କ ଉପରେ ମୋହର ଲଗାଇଥାନ୍ତି।

ବର୍ତ୍ତମାନ ଏହି ଦେଶର ଶାସନ ଦାୟିତ୍ୱରେ ଅଛନ୍ତି ଶାସକ କିମ୍-ଜୋଙ୍ଗ-ଉନ୍। କୁହାଯାଏ ତାଙ୍କର ବିନା ଅନୁମତିରେ ଉତ୍ତର କୋରିଆରେ କୌଣସି ବି ନିୟମ ତିଆରି ହୋଇନଥାଏ କି ଲାଗୁ ହୋଇନଥାଏ।

ଏହି ଦେଶରେ ସଂସଦ ବର୍ଷକୁ ମାତ୍ର ଥରେ କିମ୍ବା ଦୁଇ ଥର ବସିଥାଏ। ଦେଶରେ ବଜେଟ୍ ନିର୍ଦ୍ଧାରଣ ଏହି ସଂସଦରେ ହୋଇଥାଏ। ଏହା ବ୍ୟତୀତ ଅନ୍ୟ ସମସ୍ତ ନିଷ୍ପତ୍ତି ଏହି ଶାସକ ଜଣକ ନେଇଥାନ୍ତି।

LEAVE A REPLY

Please enter your comment!
Please enter your name here