ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ବିଷୟରେ ଦୁନିଆରେ ସମସ୍ତ ଜାଣିଥିବେ। ମିସାଇଲ୍ ଟେଷ୍ଟ ହେଉ ଅବା ଆମେରିକାକୁ ଧମକ ଦେବା ଆଦି ଘଟଣା ତାଙ୍କୁ ସମସ୍ତଙ୍କ ଆଗରେ ପରିଚିତ କରିପାରିଛି। ତେବେ କିମ୍ ଜୋଙ୍ଗ୍ ଉନଙ୍କ ବିଷୟରେ କେତୋଟି ଅଜଣା କଥା ଜାଣନ୍ତୁ।

କିମ୍ ଜୋଙ୍ଗ୍ ଉନ୍ ୨୦୧୧ ମସିହାରେ ନିଜ ପିତାଙ୍କ ମୃତ୍ୟୁପରେ ଉତ୍ତର କୋରିଆର ଶାସନଭାର ଗ୍ରହଣ କରିଥିଲେ। ସେ ଉତ୍ତର କୋରିଆର ତୃତୀୟ ଶାସକ ଭାବେ ଶାସନଭାର ଗ୍ରହଣ କରିଥିଲେ।

ତାଙ୍କ ଜେଜେ ବାପା ଦ୍ୱିତୀୟ କିମ୍ ସୁଙ୍ଗ୍ ଉତ୍ତର କୋରିଆର ପ୍ରଥମ ଏକଛତ୍ରବାଦୀ ଶାସକ ଥିଲେ। ଏହାପରେ କିମଙ୍କ ବାପା ଉତ୍ତର କୋରିଆର ଶାସକ ହୋଇଥିଲେ। ତାଙ୍କର ମୃତ୍ୟୁପରେ କିମ୍ ଜୋଙ୍ଗ୍ ଉନ୍ ଏହି ଶାସନ ଭାର ସମ୍ଭାଳୁଛନ୍ତି।

କିମ୍ ଜୋଙ୍ଗ୍ ଉନ୍ କେଉଁ ମସିହାରେ ଜନ୍ମଗ୍ରହଣ କରିଛନ୍ତି ତାକୁ ନେଇ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ବି ସଠିକ୍ ଉତ୍ତର ଦେଇପାରିନାହାନ୍ତି। କେତେକଙ୍କ ମତରେ ସେ ୧୯୮୩ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି। କିନ୍ତୁ ଅନ୍ୟ କେତେକ ସେ ୧୯୮୪ ମସିହାରେ ଜନ୍ମ ହୋଇଛନ୍ତି ବୋଲି କୁହନ୍ତି। ଏଭଳି ପରିସ୍ଥିତିରେ ତାଙ୍କର ବୟସ ନିର୍ଣ୍ଣୟ କରିବା କଷ୍ଟକର ହୋଇଯାଏ।

ସେହିଭଳି କିମ୍ କେଉଁଠାରେ ପାଠ ପଢ଼ିଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠେ। କୁହାଯାଏ ପ୍ରାଥମିକ ଅବସ୍ଥାରେ ସେ ଉତ୍ତର କୋରିଆରେ ନୁହେଁ ବଂର ସ୍ୱିଜରଲ୍ୟାଣ୍ଡରେ ପାଠ ପଢୁଥିଲେ। ଏହି ସମୟରେ ସେ ଖୁବ ଲାଜକୁଳୀ ସ୍ୱଭାବର ଥିଲେ ବୋଲି କୁହାଯାଏ। ଏହାପରେ ସେ ୨୦୦୧ରେ ଉତ୍ତର କୋରିଆ ଚାଲିଆସିଥିଲେ ଏବଂ ସେଠାରେ ନିଜର ଉଚ୍ଚଶିକ୍ଷା ସମାପ୍ତ କରିଥିଲେ।BGUକିମ୍ ଜୋଙ୍ଗ୍ ଉନ୍ ୨୦୧୧ରେ ଉତ୍ତର କୋରିଆର ଶାସନ ଭାର ଗ୍ରହଣ କରିଥିଲେ। ସେହିଦିନଠାରୁ ସେ ହିଁ ଉତ୍ତର କୋରିଆର ଏକମାତ୍ର ଶାସକ ଭାବେ ଶାସନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here