ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଧୁମଧାମରେ ଦୁର୍ଗା ପୂଜା ପାଳିତ ହୋଇଥିଲା ବେଳେ ବିଦେଶରେ ରହୁଥିବା ଓଡ଼ିଆ ମହାମାୟାଙ୍କ ପୂଜା ଅର୍ଚ୍ଚନା କରିବାକୁ ଭୁଲି ଯାଇନାହାନ୍ତି। ସୁଦୂର ଆମେରିକା ରହୁଥିବା ଓଡ଼ିଆମାନେ ମହା ଆଡମ୍ବରରେ ଦୁର୍ଗାପୂଜା ପାଳନ କରିଛନ୍ତି ।

ଆମେରିକାର ଫ୍ଲୋରିଡ଼ାରେ ରହୁଥିବା ଓଡ଼ିଆମାନଙ୍କୁ ନେଇ ଗଠିତ ହୋଇଥିବା ‘ଫ୍ଲୋରିଆ’ ଅନୁଷ୍ଠାନ ପକ୍ଷରୁ ଟାମ୍ପା ସହରର ଆୟପ୍ପା ମନ୍ଦିରରେ ଶାରଦୀୟ ଦୁର୍ଗାପୂଜାର ଆୟୋଜନା କରାଯାଇଥିଲା। ଅକ୍ଟୋବର ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଓଡ଼ିଆ ରୀତିନୀତିରେ ଏହି ପୂଜା ହୋଇଥିଲା।

ନିଜର ବ୍ୟସ୍ତମୟ ଜୀବନରୁ ସମୟ କାଢ଼ି ଏହି ପୂଜାରେ ‘ଫ୍ଲୋରିଆ’ର ସଦସ୍ୟମାନେ ସାମିଲ ହୋଇଥିଲେ। ସୁଖର କଥା ଏହି ପୂଜାରେ ପ୍ରବାସୀ ଓଡ଼ିଆଙ୍କ ସମେତ ଅନ୍ୟମାନେ ମଧ୍ୟ ସାମିଲ ହୋଇଥିଲେ।

ତେବେ ଉତ୍କଳୀୟ ପରମ୍ପରା, ଐତିହ୍ୟ, ବର୍ତ୍ତମାନକୁ ବିଦେଶରେ ରହୁଥିବା ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ’ଫ୍ଲୋରିଆ’ ପକ୍ଷରୁ ଏହି ଆୟୋଜନ ହୋଇଥିଲା। ବରିଷ୍ଠ ସଦସ୍ୟମାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ହୋଇଥିଲା। ଆଗାମୀ ଦିନରେ ସମସ୍ତ ପ୍ରକାର ପୂଜା, ପର୍ବ-ପର୍ବାଣୀ ପାଳନ କରାଯିବ ବୋଲି ଏହି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Comment