ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସ୍‌ ଅଧିକାରୀଙ୍କୁ ପିଟିଲେ ଓକିଲ। ପୋଲିସ କଲା ବ୍ଲାଙ୍କ୍ ଫାୟରିଂ। ଏମିତି ତୁମୁଳୁକାଣ୍ଡ ଘଟିଛି ଦିଲ୍ଲୀ ତିସ୍‌ ହଜାରି କୋର୍ଟ ପରିସରରେ। ଓକିଲ-ପୋଲିସ ପିଟାପିଟି ଘଟଣାକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇଯାଇଛି।

ତିସ୍‌ ହଜାରି କୋର୍ଟର ପାର୍କିଂ ସ୍ଥାନରେ ଜଣେ ଓକିଲଙ୍କ ଗାଡ଼ିକୁ ପୋଲିସ ଗାଡ଼ି ଧକ୍କା ଦେଇଥିଲା। ଏହାକୁ ନେଇ ଯୁକ୍ତି ତର୍କ ବଢ଼ିଥିଲା। ଥାର୍ଡ ବାଟାଲିୟନର କିଛି ପୋଲିସ କର୍ମଚାରୀ ଓକିଲଙ୍କୁ ଆକ୍ରମଣ କରିଥିଲେ। ଏହାର ପାଲଟା ଜବାବ ଦେଇଥିଲେ ଓକିଲ। ଜଣେ ପୋଲିସ ଅଧିକାରୀଙ୍କୁ ଓକିଲ ମାଡ଼ ମାରିବାରୁ ପରିସ୍ଥିତି ଅଣାୟତ୍ତ ହୋଇଯାଇଥିଲା।

କୋର୍ଟ ପରିସରରେ ଓକିଲ-ପୋଲିସ ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ବ୍ଲାଙ୍କ ଫାୟରିଂ କରିବାକୁ ପଡ଼ିଥିଲା। ଏପଟେ ଓକିଲ ମଧ୍ୟ ତାତିଥିଲେ। କୋର୍ଟ ପରିସରରେ ଥିବା ଗାଡ଼ି ଭଙ୍ଗାରୁଜା କରିବା ସହ ପୋଲିସ ଭ୍ୟାନରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ କିଛି ଓକିଲ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Comment