ଓଡ଼ିଶାଲାଇଭ୍ ବ୍ୟୁରୋ

 “ଖୁବଶୀଘ୍ର ମହାରାଷ୍ଟ୍ରରେ ସରକାର ଗଠନ ହେବ। କିଏ କ’ଣ କହୁଛି ସେ ନେଇ ମୋର କୌଣସି କଥା କହିବାର ନାହିଁ”, କହିଛନ୍ତି ବର୍ତ୍ତମାନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍।ମହାରାଷ୍ଟ୍ରରେ ସରକାର ଗଠନ କରିବା ନେଇ ସୋମବାର ଫଡନାବିସ୍ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ ମହାରାଷ୍ଟ୍ରରେ ସରକାର ଗଠନ କରିବା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ନଭେମ୍ବର ୬ ତାରିଖରେ ଫଡନାବିସ୍ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ଭେଟିବେ ବୋଲି ଶୁଣାଯାଉଛି। ରାଜ୍ୟପାଳଙ୍କୁ ଭେଟିବା ସହ ସେ ସରକାର ଗଠନ ନେଇ ଦାବି କରିବେ ।ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି-ଶିବସେନା ମଧ୍ୟରେ ମତଭେଦ ଲାଗି ରହିଛି। ଅନ୍ୟପଟେ ଶିବସେନା ବିରୋଧୀ କଂଗ୍ରେସ- ଏନସିପି ମେଣ୍ଟ ସହ ମିଶି ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି।

Comment