ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ଭାବ୍ୟ ବାତ୍ୟା, ବର୍ଷାକୁ ନେଇ ସତର୍କ ରହିବାକୁ ଆଡଭାଇଜରି ଜାରି କରିଛନ୍ତି ଏସ୍‌ଆର୍‌ସି। ୧୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସ୍‌ଆରସି ପରାମର୍ଶ ଦେଇ ଚିଠି ଲେଖିଛନ୍ତି।

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ପୁରୀ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସି ଚିଠି ଲେଖିଛନ୍ତି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆଲର୍ଟ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି।

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଆଗାମୀ ୧୨ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବ। ଏହାରି ପ୍ରଭାବରେ ୯ ତାରିଖରେ ଓଡ଼ିଶାରେ ବର୍ଷା ହେବ।  ଉପକୂଳ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ୪୦ରୁ ୬୦ ବେଗରେ ବହିବାର ସମ୍ଭାବନା ରହିଛି।

Comment