ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ‘ମୋ ବସ’କୁ ବୁଧବାର ବର୍ଷେ ପୂରିଛି। ଆଜି ‘ମୋ ବସ’ର ଏକ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନିଜେ ବସରେ ଏୟାରପୋର୍ଟ ଛକରୁ ବସି ଜୟଦେବ ଭବନ ଯାଏଁ ଆସିଛନ୍ତି।
ବୁଧବାର ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ଯାତ୍ରୀଙ୍କ ଭଳି ‘ମୋ ବସ’ରେ ବସି ଏୟାରପୋର୍ଟ ଛକରୁ ଜୟଦେବ ଭବନକୁ ଆସିଛନ୍ତି। ଗତବର୍ଷ ଠିକ୍ ନଭେମ୍ବର ୬ ତାରିଖରେ ରାଜ୍ୟ ସରକାର ଏହି ‘ମୋ ବସ’ ସେବାର ଶୁଭାରମ୍ଭ କରିଥିଲେ। ସେହିଦିନ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜେ ସାଧାରଣ ଲୋକଙ୍କ ଭଳି ଟିକେଟ୍ କାଟି ‘ମୋ ବସ’ରେ ଯାତ୍ରା କରିଥିଲେ।

ହକି ବିଶ୍ୱକପ ହେବା ସମୟରେ ବିଦେଶୀ ପର୍ଯ୍ୟଟକ ଓଡ଼ିଶାକୁ ଆସିବାକୁଥିବାରୁ ସେମାନଙ୍କୁ ଉତ୍ତମ ଗମନାଗମନ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ଏହି ସେବା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହା ରାଜ୍ୟବାସୀଙ୍କ ପାଇଁ ଉତ୍ତମ ଗମନାଗମନ ସୁବିଧା ପାଲଟିଛି।

ଏହି ବସରେ ଲୋକମାନଙ୍କୁ ଗମନାଗମନ ସୁବିଧା ସହ ମାଗଣା ୱାଇଫାଇ ବ୍ୟବସ୍ଥା ମଧ୍ୟ ରହିଛି। ବସରେ ଅତ୍ୟାଧୁନିକ ସିସିଟିଭି ଖଞ୍ଜା ଯାଇଛି, ଯାହା ସାହାଯ୍ୟରେ ଯାତ୍ରୀମାନଙ୍କର ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ରଖାଯାଉଛି। ଏ ପର୍ଯ୍ୟନ୍ତ କଟକ-ଭୁବନେଶ୍ୱରେ ପ୍ରାୟ ୨୦୦ରୁ ଅଧିକ ମୋ ବସ ଚଳାଚଳ କରୁଛି। ଯାହାକି ଟ୍ୱିନ୍ ସିଟିବାସୀଙ୍କ ଗମନାଗମନ ସମସ୍ୟାର ସମାଧାନ କରିପାରିଛି।


















