ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଟୁଇନ୍‌ ସିଟି କଟକ ଏବଂ ଭୁବନେଶ୍ୱରରେ ଗଡୁଥିବା ‘ମୋ ବସ୍‌’ ଏଥର ପୁରୀକୁ ଯିବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସିଆର୍‌ୟୁଟିର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା।

‘ମୋ ବସ୍‌’ ସେବାକୁ ଆଜି ଏକ ବର୍ଷ ପୂରିଛି। ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏୟାରପୋର୍ଟ ଛକରୁ ‘ମୋ ବସ୍‌’ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଆସିଥିଲେ। ସାଧାରଣ ଯାତ୍ରୀଙ୍କ ପରି ସେ ଟିକେଟ ମଧ୍ୟ କାଟିଥିଲେ।

ଜୟଦେବ ଭବନରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ଅରୁଣ ବୋଥ୍ରା କହିଥିଲେ, ‘‘ବର୍ତ୍ତମାନ ‘ମୋ ବସ୍‌’ ୨୧ଟି ରୁଟ୍‌ରେ ୨୦୦ ବସ୍‌ ଯାତାୟତ କରୁଛି। ଆଗକୁ ବିଭିନ୍ନ ରୁଟ୍‌ରେ ଆଉ ୧୫୦ଟି ବସ୍‌ ଚଳାଚଳ କରିବ। ପୁରୀ ରୁଟ୍‌ରେ ମୋ ବସ୍‌ ଚଳାଚଳ କରିବା ପାଇଁ ଅନୁମତି ମିଳିଛି। ଖୁବ୍‌ଶୀଘ୍ର ପୁରୀକୁ ମୋ ବସ୍‌ ଚଳାଚଳ କରିବ।’’

ସେ ଆହୁରି କହିଥିଲେ ଯେ ପ୍ରତିଦିନ ୮୬ ହଜାର ଯାତ୍ରୀ ମୋ ବସ୍‌ରେ ଯିବା ଆସିବା କରୁଛନ୍ତି।

Comment