ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ଭୀର ଅବପାତରେ ପରିଣତ ହୋଇଛି। ପାରାଦୀପଠାରୁ ୮୧୦ କିଲୋମିଟର ଦୂରରେ ଗଭୀର ଅବପାତ ରୂପ ନେଇଛି। ଏହା ୯ କିଲୋମିଟର ବେଗରେ ଉତ୍ତର , ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟାରେ ଏହା ଝଡ଼ର ରୂପ ନେଇପାରେ। ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନାହିଁ।

ଆସନ୍ତା ୯ ଓ ୧୦ ତାରିଖରେ ତ୍ତର ଉପକୂଳରେ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ୪୦ରୁ ୫୦ କିଲୋମିଟର ବେଗରେ ବହିବ। ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ସୂଚନା ଦେଇଛନ୍ତି ଆଇଏମଡି  ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

Comment