ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏବେବି ସସପେନ୍ସ ଜାରି ରହିଛି। ଏହାରି ମଧ୍ୟରେ ବୁଧବାର ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି ଶିବସେନା ନେତା ସଞ୍ଜୟ ରାୱତ।

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମେଣ୍ଟ ମଧ୍ୟରେ ବାଦ ବିବାଦ ଲାଗି ରହିଛି। ଏପରିକି ସରକାର ଗଠନ ପାଇଁ ଶିବସେନା ଆରଏସ୍ଏସର ସାହାଯ୍ୟ ମାଗିଛି। ଏପରି ପରିସ୍ଥିତିରେ ଶିବସେନା ସଞ୍ଜୟ ରାୱତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି।

କିଛିଦିନ ତଳେ ସଞ୍ଜୟ ଶିବସେନା ଓ ଏନସିପି ମଧ୍ୟରେ ମେଣ୍ଟ ସରକାର ହୋଇପାରିବ ବୋଲି କହିସାରିଛନ୍ତି। ଏପରିକି କଂଗ୍ରେସ- ଏନସିପିର ବିଧାୟକଙ୍କୁ ନେଇ ଶିବସେନା ସରକାର ଗଠନ କରିବ ବୋଲି ସେ କହିଥିଲେ। ତେଣୁ ଶରଦଙ୍କ ସହ ତାଙ୍କର ଏହି ସାକ୍ଷାତକୁ ଚର୍ଚ୍ଚା ଜୋରଧରିଛି।

ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଛି। ତେବେ ବିଜେପି ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ କରେଇବା ନେଇ ଜିଦ୍ ଧରିଥିଲାବେଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଫିପ୍ଟି-ଫିପ୍ଟି ଫର୍ମୁଲା ଚାହୁଛି ଶିବସେନା। ତେଣୁ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗିରହିଥିବା ସସପେନ୍ସ ଜାରିରହିଛି।

Comment