ଓଡ଼ିଶାଲାଇଭ୍ ବ୍ୟୁରୋ

ଏଇ କିଛିଦିନ ଭିତରେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ଶୁଣାଇବେ। ୧୦ ତାରିଖ ଭିତରେ ଏହି ରାୟ କେଉଁ ସମୟ ଭିତରେ ବି ଆସିପାରେ। ଚୂଡ଼ାନ୍ତ ରାୟ ଆସିବା ପୂର୍ବରୁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ଅଯୋଧ୍ୟାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହାସହ ଡ୍ରୋନ କ୍ୟାମେରାରେ ଅଯୋଧ୍ୟା ସହରର ସ୍ଥିତି ଅନୁଧ୍ୟାନ କରିବା ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ।

ପ୍ରଶାସନ ପକ୍ଷରୁ କିଛି ସ୍ଥାନରେ ଶାନ୍ତି କମିଟି ଗଠନ କରାଯାଇଛି। କମିଟିର ସଦସ୍ୟମାନେ ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି। ଶାନ୍ତି ଏବଂ ସଦ୍‌ଭାବନା ବଜାୟ ରଖିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି କମିଟି ସଦସ୍ୟ।

ଏହାସହ କିଛି ସ୍କୁଲ ଏବଂ ଘରୋଇ କୋଠାକୁ ଅସ୍ଥାୟୀ ଜେଲ୍‌ ଭାବେ ଚିହ୍ନଟ କରାଯାଇଛି। ଯଦି କିଛି ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦିଏ ତାହାଲେ ଏହି ଅସ୍ଥାୟୀ ଜେଲରେ ଲୋକଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯିବ।

Comment