ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ବୁଲ୍‌ବୁଲ୍‌ ପାଇଁ ସମୁଦ୍ରରେ ଫସିଛି ପଶ୍ଚିମବଙ୍ଗର ୪୩ ବୋଟ୍‌। ଏନେଇ ଓଡ଼ିଶା ସରକାରଙ୍କୁ ସହାୟତା ମାଗିଲା ପଶ୍ଚିମବଙ୍ଗ ସରକାର।

ବାତ୍ୟା ବୁଲ୍‌ବୁଲ୍‌ ଯୋଗୁଁ ଗଭୀର ସମୁଦ୍ରରେ ଫସିଛି ପଶ୍ଚିମବଙ୍ଗର ୪୩ଟି ବୋଟ୍‌। ବର୍ତ୍ତମାନ ପଶ୍ଚିମବଙ୍ଗର କଣ୍ଟାଇ କୂଳକୁ ଫେରିବା ଅସମ୍ଭଭ ହେଉଥିବାରୁ ସେମାନଙ୍କୁ ଓଡ଼ିଶାର ଧାମରା କୂଳକୁ ଯିବାକୁ ସତର୍କ କରାଯାଉଛି। ଏହାସହ ୭ଟି ପଶ୍ଚିମବଙ୍ଗ ବୋଟ୍‌ ଧାମରାରେ ପହଞ୍ଚିଛି।

ବୋଟ୍‌ରେ ଥିବା ସତ୍ସଜୀବୀମାନେ ମେଦିନାପୁର କଣ୍ଟାଇକୁ ଫେରିବା ଅଧିକ ବିପଦ ଜନକ କାରଣ ସେହି ବାଟ ଦେଇ ବାତ୍ୟା ବୁଲ୍‌ବୁଲ୍‌ ଗତି କରିବ। ତେଣୁ ସେମାନଙ୍କୁ ଧାମରା କୂଳକୁ ଯିବାକୁ ସତର୍କ କରାଯାଉଛି।

ବୋଟ୍‌ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ସରକାରଙ୍କୁ ସହାୟତା ମାଗିଲେ ପଶ୍ଚିମବଙ୍ଗ ସରକାରଙ୍କ ମୁଖ୍ୟ ସଚିବ। ଓଡ଼ିଶା ସରକାର ମଧ୍ୟ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତଶ୍ରୃତି ଦେଇଛନ୍ତି।

ବାତ୍ୟା ବୁଲ୍‌ବୁଲ୍‌ ଉଗ୍ର ରୂପ ନେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେଉଛି। ଭାରତୀୟ ପାଣିପାଗ ବିଭାଗର ତାଜା ରିପୋର୍ଟ ଅନୁସାରେ, ବୁଲ୍‌ବୁଲ୍‌ ସୁନ୍ଦରବନ ଦେଇ ଗତି କରିବ ଏବଂ ଏହା ୧୦ ତାରିଖରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ।

Comment