ଓଡ଼ିଶାଲାଇଭ୍ ବ୍ୟୁରୋ

କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚ ଦିନ ନିଷ୍ଠାର ସହ ଲୋକେମାନେ ପାଳନ କରନ୍ତି। ଲୋକମାନେ ଏହି ପାଞ୍ଚ ଦିନ ବିନା ପିଆଜ ରସୁଣ ଆହାର ଖାଇଥା’ନ୍ତି। ଏହି ପବିତ୍ର ଦିନରେ କେବଳ ଅରୁଆ ଭାତ ଡାଲମା ଖାଇ ଖାଇ ବୋର୍‌ ହୋଇ ଯାଇଛନ୍ତି, ତେବେ ପାଟିକୁ ଭିନ୍ନ ସ୍ୱାଦ ଦେବା ପାଇଁ ଘରେ ହିଁ ପ୍ରସ୍ତୁତ କରନ୍ତୁ ଦହି ଭାତ।

ଆବଶ୍ୟକୀୟ ସାମଗ୍ରୀ

ଗୋଟେ କପ୍‌ ଦହି

ଲୁଣ ସ୍ୱାଦ ଅନୁସାରେ

ରନ୍ଧା ଅରୁଆ ଭାତ

ଅଧ ଚାମଚ ଜୀରା

୨ଟି ଶୁଖିଲା ଲଙ୍କା

୧୨ରୁ ୧୫ ଭୃସୁଙ୍ଗା ପତ୍ର

ପ୍ରସ୍ତୁତି ପ୍ରଣାଳୀ           

ଗୋଟେ ପାତ୍ରରେ ଦହି ଓ ଲୁଣ ପକାଇ ମିଶାଇ ଦିଅନ୍ତୁ।

ଗ୍ୟାସ୍‌ରେ ଗୋଟେ କଡ଼େଇ ବସାଇ ବଟର ବା ରିଫାଇନ୍‌ ତେଲ ଗୋଟେ ଚାମଚ ପକାନ୍ତୁ। ତେଲ ଗରମ ହୋଇଗଲେ, ସେଥିରେ ଶୁଖିଲା ଲଙ୍କା ଏବଂ ଭୃସୁଙ୍ଗା ପତ୍ର ପକାଇ ଫୁଟାନ୍ତୁ। ଏହି ଛୁଙ୍କରେ କଞ୍ଚା ଲଙ୍କା ବି ମିଶାଇ ପାରିବେ। ଏହାକୁ ଦହିରେ ମିଶାଇ ରନ୍ଧା ଅରୁଆ ଭାତକୁ ମିଶାଇ ଦିଅନ୍ତୁ। ଏହାକୁ ଆପଣ କିଛି ଭଜା କି ଡାଲମା ସହ ଖାଇପାରିବେ।

Comment