ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୩ ଘଣ୍ଟା ଧରି ରଚିବ ତାଣ୍ଡବ
  • ମଝିରେ ମଝିରେ ପବନର ବେଗ ୧୪୦କିମି
  • ବାଂଲାଦେଶରେ ୩ ଲକ୍ଷ ଲୋକ ସ୍ଥାନାନ୍ତର

ଆରମ୍ଭ ହୋଇଛି ବାତ୍ୟା ବୁଲ୍‌ବୁଲ୍‌ର ଲ୍ୟାଣ୍ଡଫଲ ପ୍ରକ୍ରିୟା। ସାଗରଦୀପ ଓ ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବୁଲ୍‌ବୁଲ୍‌। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୧୫ରୁ ୧୨୫ କିଲୋମିଟର ବେଗରେ ବୋହୁଛି। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ୩ ଘଣ୍ଟା ଧରି ଜାରି ରହିବ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

ବାତ୍ୟା ଯୋଗୁଁ ବାଂଲାଦେଶର ୫ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହାସହ ପଶ୍ଚିମବଙ୍ଗରେ ମଧ୍ୟ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରିଥିଲା। ଏହି ସମୟରେ ଓଡ଼ିଶାର କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

LEAVE A REPLY

Please enter your comment!
Please enter your name here