ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାମରା କାଳିନାଳି ଜଙ୍ଗଲ ସମୁଦ୍ର ନିକଟରେ ଓଲଟିଲା ଡଙ୍ଗା। ଡଙ୍ଗାରେ ଥିବା ୮ ମତ୍ସ୍ୟଜୀବୀ ପହଁରି ପହଁରି ଆସି କୂଳରେ ଲାଗିଛନ୍ତି। ସେମାନଙ୍କୁ ଓଡ୍ରାଫ ଟିମ୍‌ ଦ୍ଵାରା ଉଦ୍ଧାର କରାଯାଇଛି। ବର୍ତ୍ତମାନ ସେମାନେ ସୁସ୍ଥ ଥିବା ମଧ୍ୟ ଜଣାପଡ଼ିଛି।

ମାଛ ଧରିବାକୁ ଯାଇ ସମୁଦ୍ରକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି। ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ଓଡ଼ିଶା ଉପକୂଳ ଦେଇ ଗତି କରୁଥିବାରୁ ଏହାର ପ୍ରଭାବରେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗା ଓଲଟିବା ପରେ ସତ୍ସ୍ୟଜୀବୀମାନେ ପହଁରି ପହଁରି କୂଳରେ ଲାଗିଛନ୍ତି। ପରେ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି।

ବର୍ତ୍ତମାନ ବାତ୍ୟା ବୁଲ୍‌ବୁଲ୍‌ ଭଦ୍ରକଠାରୁ ୧୨୦ କିମି, ପାରାଦୀପଠାରୁ ୧୨୫କିମି ଓ ବାଲେଶ୍ଵରଠାରୁ ୧୩୫ କିମି ଦୂରରେ ରହିଛି। ଏହା ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେଉଛି। ଏହା ଶନିବାର ସନ୍ଧ୍ୟା ୬ଟାରୁ ୮ ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ।

Comment