ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ପର୍ଯ୍ୟନ୍ତ ଆକ୍ସନ, କମେଡି ଓ ଇମୋସନାଲ ଅବତାରରେ ନଜର ଆସିଥିବା ବରୁର ଧଓ୍ୱନ ଖୁବଶୀଘ୍ର ଜଣେ ଆର୍ମି ଅଫିସର ଭୂମିକାରେ ନଜର ଆସିବେ। ପରମବୀର ଚକ୍ର ପ୍ରାପ୍ତ ଆର୍ମି ଅଫିସର ଅରୁଣ କ୍ଷେତ୍ରପାଳଙ୍କ ବାୟୋପିକରେ ବରୁଣ କାମ ଆରମ୍ଭ କରିବେ।

ଦିନେଶ ବିଜାନ ଏହି ଫିଲ୍ମର ନିର୍ମାଣ କରୁଥିଲା ବେଳେ ଶ୍ରୀରାମ ରାଘବନ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ।

ସବୁଠୁ କମ୍‌ ବୟସରେ ପରମବୀର ଚକ୍ର ଅଧିକାରୀ ଅରୁଣଙ୍କ ଚରିତ୍ରରେ ବରୁଣ ଅଭିନୟ କରିବେ। ଅରୁଣ କ୍ଷେତ୍ରପାଳ ବସନ୍ତସର ଯୁଦ୍ଧରେ ନିଜର ପ୍ରାଣବଳି ଦେଇଥିଲେ।

୨୦୧୫ରେ ରିଲିଜ ହୋଇଥିବା ବଦଲାପୁର ପରେ ବରୁଣ ଦ୍ୱିତୀୟ ଥର ଲାଗି ଦିନେଶ ଓ ରାଘବନଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି।

Comment