ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଭାରତ-ବାଂଲଦେଶ ମଧ୍ୟରେ ଆଜି ଶେଷ ଟି-୨୦ ଖେଳାଯିବ। ଏହି ମ୍ୟାଚ ଦୁଇ ଦଳ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ। ଉଭୟ ଦଳ ପୂର୍ବରୁ ଗୋଟିଏ ଲେଖାଏଁ ମ୍ୟାଚ ଜିତି ୧-୧ରେ ସିରିଜକୁ ବରାବର କରିଛନ୍ତି। ତେବେ ଆଜିର ମ୍ୟାଚକୁ ଦୁଇ ଦଳ ଜିତି ସିରିଜ ବିଜୟ ଲକ୍ଷ୍ୟରେ ରହିବେ।

ପ୍ରଥମ ଟି-୨୦ରେ ବାଂଲାଦେଶ ଭାରତକୁ ୭ ଓ୍ଵିକେଟରେ ପରାସ୍ତ କରିଥିଲା। ସେହିପରି ଦ୍ଵିତୀୟ ଟି-୨୦ ଭାରତ ୮ ଓ୍ଵିକେଟରେ ବାଂଲାଦେଶଠାରୁ ବିଜୟୀ ହୋଇ ପ୍ରତିଶୋଧ ନେଇଥିଲା। ଏହି ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା ଧୁଆଁଧାର ବ୍ୟାଟିଂ କରିଥିଲେ। ଏଥିରେ ସେ ୪୩ ବଲରୁ ୮୫ ରନ କରିଥିଲେ।

ତେବେ ଉଭୟ ମ୍ୟାଚରେ ପ୍ରଥମେ ବୋଲିଂ କରିଥିବା ଦଳ ହିଁ ମ୍ୟାଚ ଜିତିଛି। ତେଣୁ ଏହି ମ୍ୟାଚରେ ଯେଉଁ ଦଳ ଟସ ଜିତିବ ସେ ହିଁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବ। ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ଉପରେ ଦଳ ସଂପୂର୍ଣ୍ଣ ନିର୍ଭର କରିବ। ପୂର୍ବ ମ୍ୟାଚରେ ସେ ଏକାକୀ ଭାରତକୁ ବିଜୟୀ କରାଇଥିଲେ।

Comment