ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଲବୁଲ୍ ପ୍ରଭାବିତ ଜିଲ୍ଲାମାନଙ୍କୁ ଆକାଶ ମାର୍ଗରୁ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ବାତ୍ୟା କ୍ଷୟକ୍ଷତିର ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସୋମବାର ମୁଖ୍ୟମନ୍ତ୍ରୀ ଲୋକସେବା ଭବନରୁ ଭିଡିଓ କନଫରେନ୍ସ ଜରିଆରେ ମଧ୍ୟ ବୁଲବୁଲ ପ୍ରଭାବିତ  ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କ ସହ ବୁଲବୁଲର ପରବର୍ତ୍ତୀ ସ୍ଥିତି ନେଇ ଆଲୋଚନା କରିଛନ୍ତି।

ବାତ୍ୟା ବୁଲବୁଲ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ପବନ ହୋଇଥିଲା। ଏଥିଯୋଗୁ ଅନେକ ଧନ ଓ ଫସଲ ହାନି ଘଟିଛି। ଚାଷୀମାନଙ୍କର ଖରିଫ୍ ଫସଲ ମାଟିରେ ମିଶିଥିଲାବେଳେ ବାତ୍ୟା ପ୍ରଭାବରେ ପ୍ରାୟ ୫ହଜାର ଘର କ୍ଷତିଗ୍ରସ୍ତ ହୋଇଛି ବୋଲି ସୂଚନା ମିଳିଛି।

ରାଜ୍ୟର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ମୟୁରଭଞ୍ଜ ଜିଲ୍ଲା ବାତ୍ୟା ବୁଲବୁଲ୍ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

Comment