ଓଡ଼ିଶାଲାଇଭ୍ ବ୍ୟୁରୋ

ଚା’ ପିଇବା ସମସ୍ତଙ୍କ ଇଛା। କିନ୍ତୁ କିଛି ଲୋକ ଚା’ ପ୍ରସ୍ତୁତ କରିବା ବେଳେ ଚା’କୁ ପାଣିଚିଆ କରି ଦିଅନ୍ତି, ତ କିଛି ଲୋକ ଚା’କୁ କଡ଼ା କରି ପାରନ୍ତି ନାହିଁ। ତେବେ, ଜାଣନ୍ତୁ ସହଜରେ କେମିତି ପ୍ରସ୍ତୁତ କରିବେ କଡ଼ା ଓ ତାଜା ଚା’।

ଆବଶ୍ୟକୀୟ ସାମଗ୍ରୀ

୨ କପ୍‌ ଚା ପାଇଁ:

ଅଧ ଖଣ୍ଡ ଅଦା

୩ଟି ଛୋଟ ଡାଳଚିନି

୭ଟି ଗୋଲମରିଚ

୨ କପ୍‌ ପାଣି

ଚା ପତ୍ର ଦେଢ଼ ଚାମଚ

୨ ଟି ଗୁଜୁରାତି

୨ କପ୍‌ କ୍ଷୀର

ଚିନି ସ୍ୱାଦ ଅନୁଯାୟୀ

ପ୍ରସ୍ତୁତି

ଅଦା ଓ ଡାଳଚିନିକୁ ଛେଚି ଦିଅନ୍ତୁ। ଚା’ ସସ୍‌ପେନ୍‌ରେ ୨ କପ୍‌ ପାଣି ଢାଳନ୍ତୁ। ଏହାପରେ ଅଦା, ଡାଳଚିନି ପକାଇ ଫୁଟାନ୍ତୁ। ଏହାପରେ ଚା’ ପତ୍ର ଏବଂ ଗୋଲମରିଚକୁ ଗୁଣ୍ଡ କରି ଫୁଟାନ୍ତୁ। ଶେଷରେ କ୍ଷୀର ଏବଂ ସ୍ୱାଦ ଅନୁଯାୟୀ ଚିନି ପକାଇ ଫୁଟାନ୍ତୁ। ଚା’ ଫୁଟିକି ନାଲି ରଙ୍ଗର ହୋଇଗଲେ ସେଥିରେ ଗୁଜୁରାତି ଗୁଣ୍ଡ ପକାଇ ଗ୍ୟାସ୍‌ର ଜାଳ କମ୍‌ କରି ଛାଡ଼ି ଦିଅନ୍ତୁ। ୫ ମିନିଟ୍‌ ପରେ କପ୍‌ରେ ଛାଣି ବିସ୍କୁଟ୍‌ ସହ ପିଅନ୍ତୁ।

Comment