ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତା ଅନିଲ କପୁର ଓ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ବଲିଉଡରେ ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି। ହେଲେ ତାଙ୍କର ସବୁଠୁ ହିଟ୍‌ ଫିଲ୍ମ ଥିଲା ‘ତେଜାବ’। ଏହି ଫିଲ୍ମରୁ ମାଧୁରୀଙ୍କୁ ଷ୍ଟାରଡମ୍‌ ମିଳିଥିଲା। ଏହି ଫିଲ୍ମରୁ ଦର୍ଶକ ତାଙ୍କୁ ମାଧୁରୀ ବଦଳରେ ମୋହିନୀ ଡାକିବା ଆରମ୍ଭ କରିଦେଇଥିଲେ। ସେହି ଫିଲ୍ମକୁ ରିଲିଜ ହେବାର ୩୧ ବର୍ଷ ହୋଇଗଲାଣି। ହେଲେ ଆଜିବି ଦର୍ଶକ ସେହି ଫିଲ୍ମର କାହାଣୀ, ଫିଲ୍ମର ସୁପରହିଟ ଗୀତକୁ ଭୁଲି ନାହାନ୍ତି। ଏହି ଫିଲ୍ମ ପାଇଁ ଅନିଲ କପୁରଙ୍କ କ୍ୟାରିୟର ମଧ୍ୟ ନୂଆ ମୋଡ଼ ଆସିଥିଲା।

ହେଲେ ଆପଣ ଜାଣନ୍ତି କି ମାଧୁରୀ କିନ୍ତୁ ଏହି ଫିଲ୍ମ ପାଇଁ ପ୍ରଥମ ପସନ୍ଦ ନଥିଲେ। ଏହି ଫିଲ୍ମ ପାଇଁ ପ୍ରଥମ ପସନ୍ଦ ଥିଲେ ମୀନାକ୍ଷୀ ଶେଷଦ୍ରୀ। ମୀନୀକ୍ଷୀ ତାଙ୍କର ବିଜି ସିଡ୍ୟୁଲ ପାଇଁ ଫିଲ୍ମକୁ ହାତଛଡ଼ା କରିଥିଲେ।

Comment