ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଛାଡ଼ଖାଇ। ଯେଉଁମାନେ କାର୍ତ୍ତିକ ମାସକ ଯାକ ଆମିଷ ନ ଖାଇ ରହିଥିଲେ, ସେମାନେ ଆଜି ଛାଡ଼ଖାଇରେ ଆମିଷ ଟିକେ ଖାଇବା ପାଇଁ ମାଛ, ମାଂସ ଦୋକାନରେ ଭିଡ଼ ଲଗାଇଛନ୍ତି। ଆଜି ଛାଡ଼ଖାଇକୁ ବୁଧବାର, ଯାହାକି ସମସ୍ତ ଲୋକଙ୍କୁ ସୁହାଉଛି। ମନ ମୁତାବକ ଆମିଷ ଆଣିବା ପାଇଁ ସମସ୍ତେ ଭିଡ଼ ଲଗାଇଛନ୍ତି ଆମିଷ ମାର୍କେଟରେ।

ଯେହେତୁ ଆଜି ଛାଡ଼ଖାଇ, କାଳେ ମାଛ, ମଟନ, ଚିକେନ୍‌ ସରିଯିବ ସେହି ଟେନ୍‌ସନ୍‌ରେ ଲୋକମାନେ ବଜାରରେ ଭିଡ଼ ଜମିଲାଣି।

ମାଛ କିଣିବା ପାଇଁ ଲୋକେ ରସୁଲଗଡ଼, ଡମଣା, ବିଡିଏ, ୪ ନମ୍ବର, କିଟ୍‌ ଛକ, କଳ୍ପନା, ବରଗଡ଼ ବ୍ରିଟ୍‌ ମାର୍କେଟ ଭଳି ବିଭିନ୍ନ ସ୍ଥାନରେ ଲମ୍ବା ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଛନ୍ତି। କିଛି ଲୋକ ଘଣ୍ଟା ଘଣ୍ଟା ଅପେକ୍ଷା କରି ମାଛ, ମାଂସ କିଣୁଛନ୍ତି।

ଅନ୍ୟ ଦିନ ଅପେକ୍ଷା ଆଜି ଆମିଷର ରେଟ୍‌ ବି ଅଧିକ ରଖିଛନ୍ତି ବେପାରୀ। ଗ୍ରାହକଙ୍କ ଡିମାଣ୍ଡକୁ ନଜରରେ ରଖି ଦୋକାନୀମାନେ ମାଛ ରେଟ୍‌ ବଢ଼ାଇଦେଇଛନ୍ତି। ତଥାପି ଲୋକେମାନେ କିଣୁଛନ୍ତି।

ଏହାସହ ହୋଟେଲ୍‌ମାନଙ୍କରେ ବି ସ୍ୱତନ୍ତ୍ର ଆୟୋଜନ କରାଯାଇଛି।

Comment