ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ବାରିପଦା ମୁର୍ଗାବାଡ଼ି ଗୋଲେଇ ନିକଟରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ବାଇକ ଚାଳକଙ୍କ ପରିଚୟ ମିଳିପାରି ନାହିଁ।

ଗୁରୁବାର ରାତି ୮ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ବାରିପଦା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ମୁର୍ଗାବାଡି ଛକଠାରେ ଏକ ହୋଣ୍ଡା ସାଇନ ମୋଟର ସାଇକେଲକୁ ଏକ ଅଜଣା ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ମୋଟରସାଇକେଲ ଚାଳକ ଜଣଙ୍ ର ମୃତ୍ୟୁ ଘଟିଛି।

ତେବେ ଦୁର୍ଘଟଣା ଘଟାଇଥିବା ଗାଡିର କୌଣସି ପତ୍ତା ମିଳିପାରିନାହିଁ। ବାରିପଦା ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment