ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣିଥରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ନଜର ଆସିବେ ଭୁବନେଶ୍ୱର ପ୍ରଧାନ। ଗୁରୁବାର ଏନେଇ ଧନୁଯାତ୍ରା କମିଟିର ସଭାପତି ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ନୂଆ କଳାକାର ଚୟନ ହେବାର ଥିଲା। ତେବେ ୩ ବର୍ଷ ବଦଳରେ ୨ ବର୍ଷରେ କଳାକାର ବଦଳିବାକୁ ନେଇ ବିରୋଧ କରାଯାଇଥିଲା। ଏଥିପାଇଁ ଗୁରୁବାର କାର୍ଯ୍ୟକାରୀ କମିଟିର ବୈଠକ ବସିଥିଲା। ଏହି ବୈଠକରେ ପୁଣିଥରେ ଭୁବନେଶ୍ୱର ପ୍ରଧାନ କଂସ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି।

୨୦୧୭ ମସିହାରୁ ବରଗଡ଼ ଧନୁଯାତ୍ରାରେ ଭୁବନେଶ୍ୱର ପ୍ରଧାନ କଂସ ଚରିତ୍ରରେ ଅଭିନୟ କରିଆସୁଛନ୍ତି। କଂସ ଚରିତ୍ରରେ ଏହା ତାଙ୍କର ତୃତୀୟ ଧନୁଯାତ୍ରା ହେବ। ତାଙ୍କ ପୂର୍ବରୁ ଦୀର୍ଘ ଆଠ ବର୍ଷ ଧରି ହୃଷିକେଶ ଭୋଇ କଂସ ଚରିତ୍ରରେ ଅଭିନୟ କରୁଥିଲେ।

ଡିସେମ୍ବର ୩୧ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବ। ଡିସେମ୍ବର ୩୧ରୁ ଆରମ୍ଭ ହୋଇ ଜାନୁଆରୀ ୧୦ ପର୍ଯ୍ୟନ୍ତ ୧୧ ଦିନ ଧରି ଏହି ଧନୁଯାତ୍ରା ଚାଲିବ।

Comment